ଜୁନାଗଡ଼ର ସ୍ବଚ୍ଛତାକୁ ଉପହାସ କରୁଛି ଜାତୀୟ ରାଜପଥ କଡ ନର୍ଦ୍ଦମା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ସ୍ଵଚ୍ଛ ଭାରତ ଅଭିଯାନ ଦ୍ୱାରା ଜାତୀୟ ପୁରସ୍କାର ପ୍ରାପ୍ତ ଜୁନାଗଡ଼ର ବାସ୍ତବତା ଏନ୍ଏଚ୍ କଡ଼ରେ ଥିବା ନର୍ଦ୍ଦମାକୁ ଦେଖିଲେ ବେସ୍ ଜଣାପଡେ । ଜୁନାଗଡ଼ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ଜୁନାଗଡ଼ର ଲାଇଫ୍ ଲାଇନ କୁହାଯାଉଥିବା ବେଳେ, ରାସ୍ତା କଡରେ ବ୍ଲକ ଅଫିସ ନିକଟସ ରାସ୍ତା କଡ଼ରେ କର୍ଦମ ଲତପତ୍ ହେଉଛି। ଉକ୍ତ ସ୍ଥାନରେ ଜୈନିକ ଡାକ୍ତର ରୋଗୀ ସେବା ଦେଉଥିବା ବେଳେ ପ୍ରତ୍ୟେହ ଶହ ଶହ ରୋଗୀ ଉକ୍ତ ନର୍ଦ୍ଦମାକୁ ପାର ହୋଇ ଚିକିତ୍ସା ପାଇଁ ଯାଆନ୍ତି। ଅନ୍ୟ ପକ୍ଷରେ ଉକ୍ତ ସ୍ଥାନରେ ଅନେକ ଉଠା ଦୋକାନୀ ପସରା ମେଲି ଜଳଖୁଆ ପରିବେଷଣ କରୁ ଥିବା ବେଳେ ପୋତି ଗନ୍ଧମୟ ପରିବେଶରେ ଲୋକେ ଖାଦ୍ୟ ଖାଉଛନ୍ତି। ବର୍ତମାନ ରାଜ୍ୟ ସାରା ଡେଙ୍ଗୁ, ମେଲେରିଆ ଏବଂ ଝାଡାବାନ୍ତି ବ୍ୟାପୁଥୁବା ବେଳେ ସହରର ପ୍ରମୁଖ ସ୍ଥାନରେ ଏଭଳି ପରିବେଶ ଯଦି ଥାଏ, ତେବେ ସାଧାରଣ ସ୍ଥାନ ମାନଙ୍କରେ କିଭଳି ଅବସ୍ଥା ଥିବ ସ୍ପଷ୍ଟ ଅନୁମେୟ। ପ୍ରକାଶ ଥାଉକି ଏହି ରାସ୍ତାରେ ପ୍ରତେହ ଜିଲ୍ଲା ତଥା ରାଜ୍ୟ ବାହାରୁ ଶହ ଶହ ଲୋକେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ, ଏପରି ପରିବେଶ ଦେଖି ଜୁନାଗଡ଼ ସତରେ କଣ ଜାତୀୟ ପୁରସ୍କାର ପ୍ରାପ୍ତ ସହର ବୋଲି ପ୍ରଶ୍ନ କରନ୍ତି। ଏ ସଂକ୍ରାନ୍ତରେ ଜୁନାଗଡ ଏନ୍ଏସିର ସାନିଟେସନ ଏକ୍ସପର୍ଟ ବାଳକୃଷ୍ଣ ବଞ୍ଚରଙ୍କୁ ପଚାରିବାରୁ କଥାକୁ ହାଲକାରେ ନେଇ ହଁ ଦେଖିବା ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.