ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନିଜ ବାଡ଼ିରେ ଦ୍ବିତୀୟ ଥର ପାଇଁ ଫୁଟିଥିବା ବ୍ରହ୍ମକମଳ ପୁଷ୍ପକୁ ନର୍ଲା ଜଗନ୍ନାଥ ମନ୍ଦିରରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅର୍ପଣ କରିଛନ୍ତି ସାମ୍ବାଦିକ ନିରଞ୍ଜନ ଗଉଡ ଓ ତାଙ୍କ ଧର୍ମପତ୍ନୀ ମମତା ଗଉଡ। ଶନିବାର ରାତିରେ ନର୍ଲାର ସାମ୍ବାଦିକ ନିରଞ୍ଜନ ଗଉଡ (ବୁଲୁ)ଙ୍କ ବାସଭବନ ସ୍ଥିତ ବାଡ଼ିରେ ଫୁଟିଥିଲା ଦୁର୍ଲ୍ଲଭ ବ୍ରହ୍ମକମଳ। ପରିବାରବର୍ଗ ଏହାକୁ ଧୁପ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ ରବିବାର ଶ୍ରଦ୍ଧା ସହକାରେ ନର୍ଲା ଜଗନ୍ନାଥ ମନ୍ଦିରରେ ଅର୍ପଣ କରିଥିଲେ। ବର୍ତ୍ତମାନ ପିତୃପକ୍ଷ ଚାଲିଥିବାରୁ ଏହା ପିତୃ ଆଶିର୍ବାଦ ଏବଂ ବିଭୁ କୃପା ବୋଲି କହିଛନ୍ତି ଗଉଡ ଦମ୍ପତି।