ବେଦାନ୍ତ ପ୍ରୋସେସ ୱାଟର ଲେକ ଭାଙ୍ଗିବା ଘଟଣା: କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ଷ୍ଟିୟରିଂ କମିଟି

ବେଦାନ୍ତ ମୁଖ୍ୟ ପ୍ରକଳ୍ପ ଅଧିକାରୀ ଓ ସୁରକ୍ଷା ମୁଖ୍ୟଙ୍କ ଗିରଫ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼ର ବିଷାକ୍ତ ଓ ବିକିରଣଯୁକ୍ତ ତରଳ ବର୍ଜ୍ୟ ସଂଗୃହିତ ପ୍ରୋସେସ ୱାଟର ଲେକ ହୁଡ଼ା ଭାଙ୍ଗି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଦୁର୍ଘଟଣାର ଏକ ସପ୍ତାହ ବିତିସାରିଥିବାବେଳେ ଅଞ୍ଚଳର ଲୋକେ ଆଜି ବି ଅତ୍ୟନ୍ତ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। କମ୍ପାନୀ କର୍ତୃପକ୍ଷ ଘଟଣାଟିକୁ ଅତି ହାଲୁକା ଭାବେ ନେଇଥିବାବେଳେ ଲୋକଙ୍କୁ ବିପଦ ମୁହଁକୁ ଠେଲିଦେଇ ନୀରବଦ୍ରଷ୍ଟା ସାଜିଛନ୍ତି। ଏହାକୁ ନେଇ ତୀବ୍ର ବିରୋଧର ସ୍ୱର ଉଠୁଥିବାବେଳେ ଆଜି ଜିଲ୍ଲା କଂଗ୍ରେସ କମିଟିର ଏକ ଏଗାର ଜଣିଆ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

Omkar Vasthu
Omkar Vasthu

ସେହିପରି ଗଣମାଧ୍ୟମ ସହିତ ଆଲୋଚନା ସମୟରେ ବେଦାନ୍ତ ପ୍ରୋସେସ ୱାଟର ଲେକ ଭାଙ୍ଗିବା ଦୈବୀ ଦୁର୍ବିପାକ ନୁହେଁ ଏହା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି କହିଛନ୍ତି। ଏଥିପାଇଁ ଦାୟୀ କମ୍ପାନୀ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଣବ ଭଟାଚାର୍ଯ୍ୟ, ସୁରକ୍ଷା ଓ ପରିବେଶ ବିଭାଗ ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ସହିତ ତୁରନ୍ତ ଗିରଫ କରିବା ଓ ବହିଷ୍କାର କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେହିପରି କ୍ଷତିଗ୍ରସ୍ତ ଚାଷୀଙ୍କୁ ପାଞ୍ଚଗୁଣା କ୍ଷତିପୂରଣ ରାଶି ପ୍ରଦାନ, କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ତଙ୍କ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା, ବିଷାକ୍ତ ହୋଇପଡିଥିବା ବଂଶଧାରା ନଦୀ କୂଳର ଗାଁ ଗୁଡିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଦାବି କରିବେ ବୋଲି କହିଥିଲେ। ସେହିପରି ପରିବେଶ ଉପରେ କୁପ୍ରଭାବ ଓ କ୍ଷତିଗ୍ରସ୍ତଙ୍କ ଆକଳନକୁ ନେଇ ଟାଳଟୁଳ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବିରାଟ ଜନ ଆନ୍ଦୋଳନ କରିବ ବୋଲି ଏହି ପ୍ରତିନିଧି ଦଳ କହିଛନ୍ତି।

ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲୋକସଭା ସାଂସଦ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ, ଜିଲ୍ଲା କଂଗ୍ରେସ ଉପସଭାପତି ରାମକୁମାର ଜୈନ, ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ନାଏକ, କଂଗ୍ରେସ ନେତା ଅନୱର ଭାରତୀ, ପ୍ରେମଲାଲ ସାଗର, ଉତ୍ସବ ସାହୁ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ଏହି ପ୍ରତିନିଧି ଦଳ ସହିତ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ, ଡକା ମାଝୀ, ହରି ହରିଜନ, ସଦାନନ୍ଦ ନାଏକ, ପ୍ରଦୀପ ମାଝୀ, କୃଷ୍ଣ ତାଣ୍ଡି, ଖିତ ହରିଜନ, ମାଧୁରୀ ନାଏକ, ଜିତୁ ହରିଜନ, ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.