ପାଇକବୋରି ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାର ଶିଶୁଙ୍କ ଅନ୍ତର୍ନିହିତ ଗୁଣବଲିର ବିକାଶ ଓ ପୁଷ୍ଟି ହୀନତା ରୋକିବା ପାଇଁ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଛନ୍ତି। ଏହି କେନ୍ଦ୍ରରେ ୩ ରୁ ୬ବର୍ଷର ଶିଶୁଙ୍କୁ ଛଅ ଦିନକୁ ଛଅ ପ୍ରକାର ରାନ୍ଧଖାଦ୍ୟ ଦିଆଯାଉଥିବା ବେଲେ ଗର୍ଭବତୀ ଓ ପ୍ରସୂତି ମହିଲା ଛତୁଆ ବଣ୍ଟନ କରିବା ଶହ ଓଜନ ଓ ସ୍ୱାସ୍ଥ୍ୟ ପରୀକ୍ଷ୍ୟ କରାଯାଇଥାଏ।

Omkar Vasthu
Omkar Vasthu

ବର୍ଷକୁ ଥରେ ସମସ୍ତଙ୍କୁ ସଚେତନ କରିବା ପାଇଁ ପୋଷଣ ମାସ ପାଳନ କରାଯାଉଥିବାବେଳେ ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ପାଇକବୋରି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ିକର୍ମୀ ଚଞ୍ଚଳା ସାହୁଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି ପୋଷଣ ମାସ ପାଳିତ କାର୍ଯ୍ୟକ୍ରମ ମହାସମାରୋହର ସହିତ ପାଳିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ। ବାଲ୍ୟ ବିଭାହ ବନ୍ଦ, ରକ୍ତ ହୀନତା, ଅପପୁଷ୍ଟି, ଅନ୍ଧ ବିଶ୍ୱାସ, ସ୍ଵଚ୍ଚ ପରିବେଶକୁ ନେଇ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଯାଞ୍ଚ କମିଟି, ମାତୃ କମିଟି ମହିଲା ସଦସ୍ୟା ମାନେ ଯୋଗ ଦେଇଥିବା ବେଲେ ୱାର୍ଡ ସଭ୍ୟା ସଂଯୁକ୍ତା ବିଭାର, ଏମବିକେ ଜୟନ୍ତୀ ବାଗ, ସିଆରପି ପୁଷ୍ପା ନାଗ, ସୁକାନ୍ତି ମାର୍ଥା, ଜିପିଏଲଏଫ୍ ସଭ୍ୟା ସୌଦାମିନୀ ମାର୍ଥା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.