ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ରଥସାହିସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ରାମ ଆଦର୍ଶ ଶିକ୍ଷା ନିକେତନ ଦ୍ୱାରା ଭାଦ୍ରବ ପୁର୍ଣିମା, ଭଗବତ ଜନ୍ମ ଠାରୁ ଆୟୋଜିତ ହୋଇଆସୁଥିବା, ପଞ୍ଚ ଦିନ ବ୍ୟାପି ଯୁଗଧର୍ମ ଭଗବତ ସତସଙ୍ଗ କାର୍ଯ୍ୟକ୍ରମର ସମାରୋପ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଅଲ୍ଲାଡି ଗ୍ରାମର ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରିହର ପଣ୍ଡା ପ୍ରବକ୍ତା ଭାବରେ ଯୋଗ ଦେଇଥିଲେ l
ପ୍ରତିଦିନ ସଂନ୍ଧ୍ୟା ୭ଟା ରୁ ୯ଟା ପର୍ଯ୍ୟନ୍ତ ପରାୟଣ ସାଙ୍ଗକୁ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଥିଲl ଏହି ଅବସରରେ ସେ ଭଗବତ କିଏ, ଭଗବାନ କିଏ, ବ୍ରାହ୍ମଣ କିଏ, ଗାୟତ୍ରୀ ମନ୍ତ୍ର କଣ ଓ ଏହାର ପ୍ରଭାବ, ତ୍ର୍ୟମ୍ବକ ମନ୍ତ୍ର ର ପ୍ରଭାବ l ଗୁରୁ କିଏ, ପତି କିଏ ପତ୍ନୀ କିଏ, ଏହି ପରି ଅନେକ ସାମାଜିକ ଵିଧି ବ୍ୟବସ୍ଥା ଉପରେ ସାର ଗର୍ଭକ ଆଲୋଚନା ପଦ୍ୟ ରୂପରେ ବ୍ୟାଖ୍ୟା କରିଥିଲେ l
ଗତକାଲି ଏହାର ସମାରୋପ କାର୍ଯ୍ୟକ୍ରମରେ ଅନୁଷ୍ଠାନ ଦ୍ୱାରା ଭଗବତ ପାରାୟଣ ର ପ୍ରଚାର ପ୍ରସାର ପାଇଁ ଆଖ ପାଖ ଦଶ ଖଣ୍ଡ ଗ୍ରାମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇ ସମସ୍ତଙ୍କୁ ଗୋଟିଏ ଲେଖା ଟେଷ୍ଟ ପେପର ସେଟ ପ୍ରଦାନ କରାଯାଇଥିଲା l ଶେଷରେ ଅନୁଷ୍ଠାନ ର ଉଦ୍ୟୋକ୍ତା ରାମଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଆକାଶ,ମାନସ ଦୀନେଶ, ନିଖିଲ , ରୁପେଶ, ବିକ୍ରମ, ସାନ୍ତ୍ୟୁନୁ, ଓ଼ମ,ପୂର୍ଣ୍ଣ,ଶ୍ରଦ୍ଧା ସୁପ୍ରଭା, ସମିକା ପ୍ରମୁଖ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଭାବେ ସହଯୋଗ କରି ଥିବାର ଉପଲବଧି କରି ନଗର ବାସି ସତ ମୁଖରେ ପ୍ରସଂଶା କରିଥିଲେ ଶେଷରେ ପ୍ରାୟ ୫୦୦ଲୋକ ମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା lସମସ୍ତେ ପ୍ରସାଦ ସାରି ଖୁସି ହୋଇ ସ୍ୱଗୃହକୁ ପ୍ରତ୍ୟାବର୍ତନ କରିଥିଲେ l