ରାଜ୍ୟ ସ୍ତରୀୟ କ୍ରୀଡାମିଟରେ ସୁଜାତା ମିଞ୍ଜଙ୍କ ସଫଳତା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା ପୋଲିସ ର ୭୦ତମ ରାଜ୍ୟ ସ୍ତରୀୟ କ୍ରୀଡା ଉତ୍ସବରେ ସୁବର୍ଣ୍ଣପୁର ପୋଲିସର ସୋନପୁର ଥାନାରେ କାର୍ଯ୍ୟରତ ସୁଜାତା ମିଞ୍ଜ ଡ଼ିସକସ ଥ୍ରୋ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ପାଇବା ସହ ସେ ସୁବର୍ଣ୍ଣପୁର ପୋଲିସ ପାଇଁ ଗୌରବ ଆଣିବା ସହ ମାନ ସମ୍ମାନ ବଢାଇଛନ୍ତି।

Omkar Vasthu
Omkar Vasthu

ସେ ଜିଲ୍ଲାକୁ ଫେରିବା ପରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ତରଫରୁ ଡିପିଓ କନଫରେନ୍ସ ହଲ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସ୍ ପ୍ରତାପ ଶ୍ରୀମାଲ୍ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସଭାରେ ଜିଲ୍ଲା ପୋଲିସର ଅନେକ ଅଫିସର ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜିଲ୍ଲା ପୋଲିସ୍ ସମସ୍ତ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ସହ ଉନ୍ନତମାନର କ୍ରୀଡା ପ୍ରଦର୍ଶନ କରିବା ସହ ଉପଯୁକ୍ତ ଖେଳାଳି ବାହାର କରିବାକୁ ସୁବର୍ଣ୍ଣପୁର ଏସପି ପରାମର୍ଶ ଦେଇଥିଲେ। ପରେ ସଦର ଥାନାରେ ମଧ୍ୟ ତାଙ୍କୁ ଆଇଆଇସି ରମେଶ କୁମାର ମାହାନାଙ୍କ ସହ ଅନ୍ୟ ଅଫିସର ତଥା ଥାନା ଷ୍ଟାଫ ସମ୍ବର୍ଦ୍ଧିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.