ମା ସମଲେଶ୍ବରୀଙ୍କ ମନ୍ଦିରରେ ଯୋଡ଼ା ଖମ୍ବ ସ୍ଥାପନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁରର ଶକ୍ତି ପୀଠ ମା ସମଲେଇଙ୍କ ମନ୍ଦିରରେ ନୂତନ ଯୋଡ଼ା ଖମ୍ବ ସ୍ଥାପନା କରଯାଇଛି। ବହୂ ପୁରାତନ ତଥା ଚୌହାନ ରାଜା ଶାସନ ସମୟରୁ ସ୍ଥାପିତ ମହା ପ୍ରସିଦ୍ଧ ବଳି ଯାତ୍ରା ର ଆକର୍ଷଣ ପାଲଟିଥିବା ଏହି ତନ୍ତ୍ର ମନ୍ତ୍ର ପୀଠର ସ୍ଥମ୍ବରେ ବାହୁତି ଓ ଚଣ୍ଡୀ ଆବିର୍ଭାବ ହୋଇଥାନ୍ତି। କିନ୍ତୁ ଗତ ଆଶ୍ଵିନ ପୂର୍ଣ୍ଣିମା ଦିନ ଏଥିରୁ ଏକ ଖମ୍ବ ପଡି ଯାଇଥିଲା। ଏଣୁ ଆଜି ବଳିଯାତ୍ରାର ପୂର୍ତ୍ତ ଶ୍ରୀ ବୁଲୁ ପୁରୋହିତ ରୀତିନୀତି ରେ ପୂଜା ଅର୍ଚ୍ଚନା ସହ ମାଙ୍କ ପୀଠରେ ଚଣ୍ଡୀଯଜ୍ଞ ସମାପନ ପରେ ନୂତନ ସ୍ଥମ୍ବରେ ଶକ୍ତି ଆବିର୍ଭାବ କରାଯାଇ ନନୂତନ ସ୍ତମ୍ବ ସ୍ଥାପନା କରାଯାଇଥିଲା। ମୁଖ୍ୟ ପୂଜକ ଶିବ ନାରାୟଣ ପୂଜାରୀ ଚଣ୍ଡୀ ଯଜ୍ଞରେ ପୂଜା ଅର୍ଚ୍ଚନା କରିଥିବା ବେଳେ ପଣ୍ତିତ ଆନନ୍ଦ, ରାମାନୁଜ ପ୍ରମୁଖ ସହଯୋଗ କରିଥିଲେ। ଦେବୋତ୍ତର ବିଭାଗ ପକ୍ଷରୁ ଆୟୋଜିତ ଓ ଉପ ଜିଲ୍ଲାପାଳ ସୁରଜ୍ କୁମାର୍ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଆଜିର ଏହି ଉତ୍ସବରେ କମିଟିର ବରିଷ୍ଠ ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ସତ୍ୟ ନାରାୟଣ ତ୍ରୀପାଠୀ, ପ୍ରଦୀପ ପୁରୋହିତ, ଲଡ଼ୁ କିଶୋର ମଲ୍ଲିକ, ଉପ ଜିଲ୍ଲାପାଳଙ୍କ ଷ୍ଟେନୋ ସଞ୍ଜୀବ ମଲ୍ଲିକ ପ୍ରମୁଖ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ସହଯୋଗ କରିଥିଲେ। ଏବଂ ମା ଙ୍କ ଯଜ୍ଞ ପୀଠରେ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ। ଆଜିର ଏହି ଉତ୍ସବ ପାଳନ ପରେ ସୋନପୁର ସହରରେ ଦଶହରା ପର୍ବର ପୂର୍ବ ପ୍ରସ୍ତୁତି ଭଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.