ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା ମନୋରମା ମହାନ୍ତି ଓଡ଼ିଶା ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟି ସଭ୍ୟା ଭାବେ ମନୋନୀତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ନର୍ଲା ସମେତ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ବିଧାୟିକା ସୀମାରାଣୀ ନାୟକ ମହିଳା ଓ ଶିଶୁ ବିକାଶ ଗୃହ କମିଟିର ଅଧ୍ୟକ୍ଷ ଥିବାବେଳେ ଏଥିରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସମେତ ୯ଜଣ ସଦସ୍ୟା ରହିଛନ୍ତି। ବିଧାନସଭାର ଏହି ଗୁରୁତ୍ବପୂର୍ଣ୍ଣ କମିଟିରେ ସ୍ଥାନ ପାଇଥିବାରୁ ଶ୍ରୀମତୀ ମହାନ୍ତିଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।