୨୬ତମ କାରୁଣ୍ଡ ମହୋତ୍ସବ-୨୦୨୪, ନୂଆଖାଇ ଭେଟଘାଟ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ କାରୁଣ୍ଡ କଳା ମଞ୍ଚ ପକ୍ଷରୁ ୨୬ତମ ରାଜ୍ଯ ସ୍ତରୀୟ ବାର୍ଷିକ ଉତ୍ସବ କାରୁଣ୍ଡ ମହୋତ୍ସବ-୨୦୨୪, ନୂଆଖାଇ ଭେଟଘାଟ ମହାସମାରୋହରେ ଭବାନୀପାଟଣା ଟାଉନହଲରେ ପାଳନ କରାଯାଇଛି।

Omkar Vasthu
Omkar Vasthu

ମା’ ମାଣିକେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ମଂଚ ପୂଜା କରାଯାଇଥିଲା। ଉତ୍ସବର ଉଦଘାଟନୀ ଉତ୍ସବରେ ରାମଧାରୀ ଦାଶ ମୁଖ୍ଯ ଅତିଥି ରୂପେ ଯୋଗଦାନ କରିଥିଲେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତା ଯଥା କଣ୍ଠ ସଂଗୀତ, ଏକକ ଅଭିନୟ, ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଥମକରି ଅନୁଷ୍ଠାନ ଏବର୍ଷ କାରୁଣ୍ଡ ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରିଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ସରପଂଚ ସଂଘ ସଭାପତି ସୁବୋଧ ରଣା, ମୁଖ୍ଯବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ସମ୍ମାନୀତ ଅତିଥି ଭାବେ ବରିଷ୍ଠ କଳାକାର ଅବଦୁଲ କାଦିର, ସତ୍ଯନାରାୟଣ ପଣ୍ଡା, ଅନୁଷ୍ଠାନର ଉପଦେଷ୍ଟା ଉମାଶଙ୍କର ବାବୁ, ସଭାପତି ନାଟ୍ୟଭୂଷଣ ପ୍ରଦୀପ ଡି ମାଝୀ, ସଂପାଦିକ ସୁଜାତା ନାୟକ ଯୋଗଦାନ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ନାଟ୍ୟ ଜଗତରେ ନିଜର କର୍ମ ନିଷ୍ଠାପର ପାଇଁ ୧୨ଜଣ ପ୍ରତିଭାଂକୁ ସମ୍ମାନୀତ କରାଯାଇଥିଲା। କାରୁଣ୍ଡ କଳା ସମ୍ନାନରେ ବର୍ଷୀୟାନ କଳାକାର ତଥା ସଂଗଠକ ଜୟନ୍ତ ବେହେରା ତଥା କାରୁଣ୍ଡ ସଂଗୀତ ସମ୍ମାନରେ ନରେନ୍ଦ୍ର ବେହେରାଙ୍କୁ ସମ୍ମାନୀତ କରାଯାଇଥିଲା। କାରୁଣ୍ଡ ନାଟ୍ୟ ସମ୍ମାନ ଅଭିନେତା ରିୟାଜ୍ ଖାଁ ଓ ଅଭିନେତ୍ରୀ ଚାରୁ ଛତ୍ରିଆଙ୍କୁ ପ୍ରଦାନ କରାଯାଇଥିଲା।

କାରୁଣ୍ଡ ଯୁବ ସମ୍ମାନ ଅଭିନେତା ରାମେଶ୍ଵର ତ୍ରିପାଠୀ, ବିଜୟ ଜେନା, ପ୍ରଜ୍ଞା ପରିମିତା ନାୟକ, ଶମ୍ଭୁ ବିଶିକୁ ପ୍ରଦାନ କରାଯାଇଥିଲା। ଅମରେନ୍ଦ୍ର ମହାପାତ୍ରଙ୍କୁ କାରୁଣ୍ଡ ଚଳଚ୍ଚିତ୍ର ସମ୍ମାନ ତଥା ସୁଜାତା ନାୟକଙ୍କୁ ନୃତ୍ୟ ସମ୍ମାନରେ ସମ୍ମାନୀତ କରାଯାଇ ଥିଲା। ଅନ୍ୱେଷା ମିଶ୍ରଙ୍କୁ କାରୁଣ୍ଡ ଶିଶୁ ନୃତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।

ନାଟକ ‘ହୋ ପାହୋମ’ ଓ ପରେ ପରେ ବିଭିନ୍ନ ରଂଗାରଂଗ କାର୍ଯକ୍ରମ ମଂଚସ୍ଥ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମର ସଫଳତା ପାଇଁ ନିଜର ମନପ୍ରାଣ ଲଗେଇ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.