ନର୍ଲା ବ୍ଲକ ତରଫରୁ ସ୍ୱଚ୍ଛତା ପକ୍ଷ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଯାଏଁ ସାରା ଦେଶରେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୁଧବାର ନର୍ଲା ବ୍ଲକ ପ୍ରଶାସନ ତରଫରୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ନେତୃତ୍ୱରେ ବ୍ଲକ ପରିସରରେ ପାଳିତ ହୋଇଯାଇଛି ସ୍ୱଚ୍ଛତା ପକ୍ଷ।

ଏଥିରେ ନର୍ଲା ମିଶନ ଶକ୍ତି ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ନର୍ଲା ଆୟୁଷ ଡାକ୍ତର ଡ.ସଞ୍ଜୟ କୁମାର ନାଏକ, ମହିଳା ସ୍ଵାସ୍ଥ୍ୟ କର୍ମୀ ସଂଯୁକ୍ତା ସାହୁ, ବିଆରସି ସନତ କୁମାର ନାଏକ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ସହକାରୀ ଯନ୍ତ୍ରୀ ଶ୍ରୀ ମହାଲି, ବିଏସଏସଓ ପ୍ରଦୀପ ବେହେରା, ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି, ସେକ୍ସନ ଅଫିସର ଦିଗ ପଧାନ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ପକ୍ଷ ପାଳନରେ ସହଯୋଗ କରିଥିଲେ।

ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ପରିସରରକୁ ସଫେଇ କରାଯାଇଥିଲା। ଏହାପରେ ବ୍ଲକ ସମ୍ମେଳନ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଡ.ସଞ୍ଜୟ ନାଏକଙ୍କ ନେତୃତ୍ୱରେ ମହିଳା ସ୍ଵାସ୍ଥ୍ୟ କର୍ମୀ ସଂଯୁକ୍ତା ସାହୁ ଉପସ୍ଥିତ ଜନସାଧାରଣ, ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ରକ୍ତ ସଂଗ୍ରହ କରି ରକ୍ତଚାପ ଓ ବ୍ଲଡ ସୁଗର ପରୀକ୍ଷା କରି ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରିଥିଲେ।

ଇତ୍ୟବସରରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠି ଓ ଅନ୍ୟ ଅଧିକାରୀ ମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସେକ୍ସନ ଅଫିସର ଦିଗ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.