ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବେଦ ବାଣୀ ଆଧାରରେ ଦୁନିଆର ସବୁକିଛି ଭଗବାନଙ୍କର ଓ ଯେତିକି ଆବଶ୍ୟକ ସେତିକି ଗ୍ରହଣ କରିବା ଆମର କର୍ତ୍ତବ୍ୟ l ଏହି କ୍ରମରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା ସମ୍ମିଳନୀ କକ୍ଷରେ ସ୍ୱଦେଶୀ ଜାଗରଣ ମଞ୍ଚ ଓ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ବିଶ୍ଵବିଦ୍ୟାଳୟଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l

Omkar Vasthu
Omkar Vasthu

ବିଶ୍ଵବିଦ୍ୟାଳୟର ଉପ କୁଳ ସଚିବ ମେଜର ଡ. ଜୟଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚର ପ୍ରାନ୍ତ ସଂଯୋଜକ ରମାକାନ୍ତ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଭାରତୀୟ ଚିନ୍ତନ ଓ ବିକଳ୍ପ ଅର୍ଥନୀତିର ଆଧାର ଏକା ମାନବ ଦର୍ଶନର ମୂଳମନ୍ତ୍ର ସ୍ୱଦେଶୀ ଆଧାରରେ ନିଜେ ସ୍ୱାବଲମ୍ବୀ ହୋଇ ଦେଶକୁ ସ୍ୱାବଲମ୍ବୀ କରିବାକୁ ଯୁବ ସମାଜ ସଂକଳ୍ପ ନେବା ଉଚିତ୍ ବୋଲି କହିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Thik big, Start early, be passionate, Earn when you learn ଭଳି ପାଞ୍ଚୋଟି ମନ୍ତ୍ର ସ୍ୱାବଲମ୍ବୀ ପାଇଁ ଆବଶ୍ୟକ ବୋଲି କହିଥିଲେ l ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଏକାତ୍ମ ମାନବ ଦର୍ଶନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅଭିଯାନର ସହ ସମନ୍ଵୟକ ଯୁବ ଉଦ୍ୟୋଗୀ ଗୋଦାବରୀଶ ପାତ୍ର ଯୋଗ ଦେଇ ନିଜେ କିପରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ସେ ଆଧାରରେ ଆମେ ନିଜେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବା ବୋଲି କହିଥିଲେ ଓ ସରକାରଙ୍କ ଷ୍ଟାର୍ଟ ଅପ୍ ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିବା ସହିତ ସ୍ଥାନୀୟ ଛୋଟ ବ୍ୟବସାୟୀ ମାନେ ନିଜେ କେମିତି ଉଦ୍ୟମ କରି ସଫଳ ହେଉଛନ୍ତି ସେ ବିଷୟରେ କେତେକ ଉଦାହରଣ ଦେଇଥିଲେ l

କାର୍ଯ୍ୟକ୍ରମର ଅଧ୍ୟକ୍ଷ, ଉପ କୂଳ ସଚିବ ଡ଼. ଜୟଦେବ ସାହୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନୁଚିନ୍ତା ଭାରତୀୟ ଦର୍ଶନ ଆମ ପାଇଁ ଓ ଆମ ଦେଶ ପାଇଁ ଆଜି ମଧ୍ୟ ପ୍ରାସଙ୍ଗିକ ଓ ତାଙ୍କ ଜୀବନ ଅନୁକରଣୀୟ ବୋଲି କହି ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ Earn When you learn ଯୋଜନା ଆରମ୍ଭ ହୋଇସାରିଛି ଓ ଏହି ଯୋଜନାରେ ଉପକୃତ ହେଉଥିବା ଛାତ୍ରଛାତ୍ରୀଙ୍କ ଉଦାହରଣ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଶେଷରେ ମଞ୍ଚର ଜିଲ୍ଲା ସଂଯୋଜକ ନକୁଳ ନାୟକ ଦୈନଦିନ ଜୀବନରେ ସ୍ୱଦେଶୀର ବ୍ୟବହାର ସହିତ ସ୍ୱାବଲମ୍ବୀ ହେବାକୁ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ l ସନ୍ଧ୍ୟା ୬.୩୦ ରେ ସଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଅଧିବକ୍ତା ପରିଷଦର ଅଧ୍ୟକ୍ଷ ସନ୍ତୋଷ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଡାକ୍ତର ଜଳନ୍ଧର ମେହେର ମୁଖ୍ୟ ଅତିଥି, ମଞ୍ଚର ପ୍ରାନ୍ତ ସଂଯୋଜକ ରମାକାନ୍ତ ପାତ୍ର ମୁଖ୍ୟବକ୍ତା ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବ ଦର୍ଶନ ବିଷୟରେ ବକ୍ତବ୍ୟ ପ୍ରଦାନ କରି ତାଙ୍କ ସ୍ମୃତିଚାରଣ କରିଥିଲେ l

ସଂଘର ସହ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଅରୁଣ କୁମାର ନାଏକ, ମାତୃଶକ୍ତି ପ୍ରାନ୍ତ ସଦସ୍ୟା ବଲବୀର କୌର ସନ୍ଧୁ, ଜିଲ୍ଲା ସଦସ୍ୟା ସବିତା ଦାଶ, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରାନ୍ତ କାର୍ଯ୍ୟକର୍ତ୍ତା ସୁଶିଲ ପଣ୍ଡା, ଜିଲ୍ଲା ସମ୍ପାଦକ ବିଜୟ ପୁଝାରୀ, ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ନାରାୟଣ ପାତ୍ର, ଅଧିବକ୍ତା ଅଶୋକ ପଟ୍ଟନାୟକ, ସୁଧାଂଶୁ ମହାପାତ୍ର, ବିଶ୍ଵ ହିନ୍ଦୁ ପରିଷଦ ପ୍ରାନ୍ତ ସମରସତା ପ୍ରମୁଖ ସୂର୍ଯ୍ୟ ନାରାୟଣ ଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.