ମୂଷାନାଳ ଠାରେ ନିରାପଦ ଶ୍ରମ ସ୍ଥାନାନ୍ତରଣ ଓ ଶିଶୁ ଚାଲାଣ ପ୍ରତିକାର ପାଇଁ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟରେ ଦୈନଦିନ ଶିଶୁ ଶ୍ରମିକ ମାନଙ୍କର ଦୁଃଖ ବଢ଼ିବାରେ ଲାଗିଛି। ଏଥିପାଇଁ ସରକାର ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସରକାରୀ ଉଚ୍ଚ ବିଦ୍ୟାଳୟ ମୂଷାନାଲ ଠାରେ ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ପୋଲିସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ବିଶ୍ଵନାଥପୁ ଥାନାଧିକାରୀ ମମତା ହେମ୍ରମ ସଭାପତିତ୍ବ କରିଥିଲାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଏସଡିପିଓ ବିନୋଦ ପାଟିଲ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶ୍ରମ ଅଧିକାରୀ ଜିତମ ମାଝୀ, ମୂଷାନାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମଲ୍ଲିକ, ସଂସ୍କୃତ ଶିକ୍ଷକ ଜିତେନ୍ଦ୍ର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲା କନସଲଟେଣ୍ଟ୍ ସମାଜ କଲ୍ୟାଣ କାର୍ଯ୍ୟାଳୟର ଦିବ୍ୟରଞ୍ଜନ ଜୋସି କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଏସଆଇ ବୁଦ୍ଧ ରାମ ମାଝୀ, ବୁଧଶ୍ୟାମ ମାଝୀଙ୍କ ସମେତ ବିଶ୍ଵନାଥପୁର ଥାନର ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିଥିଲେ। ଉକ୍ତ ସଚେତନତା କାର୍ଯ୍ୟକ୍ରମକୁ ଏଡ୍ଏଟ୍ ଆକ୍ସନ ଓ ୟୁନିସେଫ ଓଡ଼ିଶା ବୈଷୟିକ ସହାୟତା ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.