ଦୀନକୃଷ୍ଣଙ୍କ ରଚନା : ଜଗବନ୍ଧୁ ପରି ଜଣେ ସାମନ୍ତ

ଭକ୍ତକବି ଦୀନକୃଷ୍ଣ ଦାସ

ଜଗବନ୍ଧୁ ପରି ଜଣେ ସାମନ୍ତ
ନାହିଁ ନାହିଁ ତ ।
ଚଉଦ ଭୁବନ ବାରତା ଜାଣନ୍ତି
ଚକ୍ରରେ ଛେଦନ୍ତି ଆରତ ।।

Omkar Vasthu
Omkar Vasthu

ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ
ଅକ୍ରୁର ଆଣିଣ ଗଲା ତ ।
ଗାଇ ଦୁହୁଁ ଦୁହୁଁ କେଶ ଫିଟିଗଲା
ଚତୁର୍ଭୁଜ ହେଲେ ଅନନ୍ତ ।୧।

Pearl dental clinic
Near Ashish Medical Store, Bhawanipatna

ସୁଗ୍ରୀବର ସଙ୍ଗେ ମଇତ୍ର ହୋଇଣ
ବାଳୀକି ବିନାଶ କଲେ ତ ।
ରାବଣ ଭ୍ରାତା ଯେ ଶରଣ ପଶିଲା
ଲଙ୍କାଗଡ଼ ତାକୁ ଦେଲେ ତ ।୨।

Udyog Nursery
Udyogi Nursery

କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା
କୋଟି ବସ୍ତ୍ର ଦିଆଇଲେ ତ ।
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
ଘଣ୍ଟ ଘୋଡାଇ ରଖିଲେ ତ ।୩।

ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ
ନାଶନେ ଆରତି ଆରତ ।
କହେ ଦୀନକୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ
ପଦ୍ମ ପାଦେ ଚିତ୍ତ ଧ୍ୟାୟି ତ ।୪।

ଆମ ହ୍ଵାଟ୍ସଆପ୍ ଗ୍ରୁପ୍ ଜଏନ୍ କରନ୍ତୁ, ଏଠି ଛୁଇଁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.