ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଗୋବର୍ଦ୍ଧନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଗୋବର୍ଦ୍ଧନପୁର ସିଆରସିସି କୁମାର ଗୈାରବ ପରିଡ଼ା।
ଏଥିରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝି, ସମ୍ମାନିତ ଅତିଥି ଭାବେ ଜାମଗୁଡା ସେବାଶ୍ରମ ପ୍ରଧାନ ଶିକ୍ଷକ ନଗେନ୍ଦ୍ର ନାଥ ପଟ୍ଟନାୟକ, ପ୍ରମୋଦ କୁମାର ପରିଡା, ମଧୁସୂଦନ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ୧୬ ଗୋଟି ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ଓ ସନ୍ତୋଷ କୁମାର ପରିଡ଼ା ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ରଞ୍ଜନ କୁମାର ବୁଦ୍ଧିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବରିଷ୍ଠ ଶିକ୍ଷକ ଚିନ୍ତାମଣି ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ସରତ ଚନ୍ଦ୍ର ସାହାଣୀ, ମାନସ ରଞ୍ଜନ ଦୀପ, ବୈଷ୍ଣବ ବଗ, ଯଶୋବନ୍ତି ମାଝୀ, ରଘୁନାଥ ଠାକୁର, ଅନିମା ପଣ୍ଡା, ଆର ଭି ସନ୍ଧ୍ୟାରାଣୀ, ଦିଗାମ୍ବର ଶବର, ନଳିନୀ ମଝୀ, ସସ୍ମିତା ମିଶ୍ର, ଦୈତାରି ମାଝୀ, ଲୋକନାଥ ହରିଜନ, ମହେଶ୍ୱର ମାଝୀ, ନୀଳାମ୍ବର ସରାଫ, ପରେଶ କୁମାର ଗହୀର, ସମୀର ପୁଝାରି, ଲିଙ୍ଗରାଜ ପଧାନ, ମହେନ୍ଦ୍ର ନାଥ ସିଂ ଓ ବେଣୁଧର ଶବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।