ତୁଲାଗାଁ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସମସ୍ତ କ୍ଲଷ୍ଟରରେ ଚାଲିଛି ଶିଶୁ ମହୋତ୍ସବ ସୁରଭି-୨୦୨୪। ସେହି କ୍ରମରେ ଶୁକ୍ରବାର ତୁଳାଗାଁ କ୍ଲଷ୍ଟର ଅଧିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସର୍ଗିଗୁଡା ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି।  କ୍ଲଷ୍ଟର ସଂଯୋଜକ ହେମନ୍ତ କୁମାର ସାହୁଙ୍କ ତତ୍ବାବଧାନରେ ଏବଂ ଅସୁରଗଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରେସନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ  ମୁଖ୍ୟ ଅତିଥିଭାବେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଓ ମୁଖ୍ୟବକ୍ତା ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ତପିମଣି ଜାନି ଯୋଗ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ସର୍ଗିଗୁଡ଼ା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ଶିକ୍ଷୟିତ୍ରୀ ଚିତ୍ରରେଖା ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ବରିଷ୍ଠ ପ୍ରଧାନ ଶିକ୍ଷକ ଅଚ୍ୟୁତ ବାରିକ ମଞ୍ଚ ପରିଚାଳନା କରିଥିବାବେଳେ ରଶ୍ମିତା ସେଠି, ଡିସିଲାଲ ପଧାନ, ଦେବି ସୁଧା ଦୋରା, ଅଭୟ ନାଏକ, ଶୁଦ୍ର କରୁଆଁ, ଅର୍ଜୁନ ମିଶ୍ର, ସ୍ୱର୍ଣ୍ଣମୟୀ କୁଅଁର, ସୁରେଶ ସାହୁ, ହରିଶଚନ୍ଦ୍ର ଧଙ୍ଗଡା ମାଝୀ, ବିକାଶ ନାଏକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କ୍ଲଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ କ୍ଲଷ୍ଟର ସଂଯୋଜକ ହେମନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.