ଓଡ଼ିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାମୋହନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଧଣ୍ଡାମାଲ ସରପଞ୍ଚ ସଞ୍ଜୁ ଶିକା, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଥନାପତି ଓ ମୁଖ୍ୟ ବକ୍ତା ରୂପେ ଧଣ୍ଡମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ଯୋଶୀ ଯୋଗ ଦେଇଥିଲେ। ସିଆରସିସି ସତ୍ୟନାରାୟଣ ସେନାପତି ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ସହକାରୀ ଶିକ୍ଷକ କଣ୍ଡୁରି ରାଉତ ଓ ପଞ୍ଚାନନ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଡଙ୍ଗରପଡା କ୍ଲଷ୍ଟର୍ ଅନ୍ତର୍ଗତ ଏଗାରଟି ବିଦ୍ୟାଳୟର ସମସ୍ତ ପ୍ରଧାନଶିକ୍ଷକ, ଗାଇଡ ଶିକ୍ଷକ ଓ ପ୍ରତିଯୋଗୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସୁଶାନ୍ତ ସାହୁ, ଜଗଦୀଶ ପଧାନ, ପ୍ରଦୀପ ଜେନା, ବିଧାନ ସେଠ୍, ନିକୁଞ୍ଜ ହରପାଳ, ସୁଜ୍ଞାନ ସେଠ୍, ହିମାଂଶୁ ନାଗ, ପଞ୍ଚୁ ଭୋଇ, ଆକୁଳ ପଧାନ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ସହକାରୀ ଶିକ୍ଷକ ଦୟାନିଧି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।





