ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଆତ୍ମହତ୍ୟା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପଟାଭାଡି ଠାରେ ଏକ କ୍ୱାଟର୍ ରେ ରହୁଥିବା ଜଣେ ଯୁବକ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ବଲାଙ୍ଗୀର ସଦର ବାଦୀମୁଣ୍ଡା ଗ୍ରାମର ରାଧାନାଥ ତ୍ରୀପାଠୀ ଙ୍କ ପୁଅ ଆକାଶ ତ୍ରିପାଠୀ (୨୫) ବର୍ଷ। ଆକାଶ ସୋନପୁର ରେ ରହି ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ସେ ଏକ କ୍ୱାଟର ରେ ୪/୫ ଜଣ ସାଙ୍ଗ ମାନଙ୍କ ସହ ରହୁଥିଲେ। ଆଜି ସକାଳୁ ସମସ୍ତେ ନିଜ ନିଜ କାମକୁ ଯିବା ବେଳେ ସେ ଟିକେ ପରେ ଯିବାକୁ ସାଙ୍ଗ ମାନଙ୍କୁ କହିଥିଲେ। ସମସ୍ତେ ରୋଷେଇ କରି ଏକା ସାଙ୍ଗରେ ଖାଉଥିବା ବେଳେ ଆଜି ଆକାଶ ଙ୍କ ରାନ୍ଧିବା ପାଳି ଥିଲା। ପରେ ଅନ୍ୟ ପିଲାମାନେ ପ୍ରାୟ ୧ ଟା ବେଳେ ରୁମ୍ କୁ ଖାଇବା ପାଇଁ ଆସିବା ପରେ ରୁମ୍ କବାଟ ଭିତର ପଟୁ ବନ୍ଦ ଥିବା ବେଳେ ଯେତେ ଡାକିଲେ ମଧ୍ୟ ଆକାଶ ଶୁଣି ନ ଥିଲେ। ପାଖରେ ଅନ୍ୟ କ୍ୱାଟର ରହୁଥିବା ପିଲା ମାନେ ୮/୧୦ ଜଣ ମିଶି କବାଟ କୁ ଜୋରରେ ବାଡେଇ ଦେବାରୁ ଖୋଲି ଯାଇଥିଲା ବେଳେ ଆକାଶ ଏକ ଗ୍ୟାସ ସିଲିଣ୍ଡର ଉପରେ ଚଢି ଯାଇ ପଙ୍ଖାରେ ଝୁଲୁ ଥିବା ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ପରିବାର ଲୋକଙ୍କୁ ଖବର ଦେବା ପରେ ତୁରନ୍ତ ପରିବାର ଲୋକେ ପହଞ୍ଚିଥିଲେ। ସ୍ଥାନୀୟ ପୋଲିସ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଥିବା ଆଇଆଇସି ରମେଶ କୁମାର ମାହାନା ସୂଚନା ଦେଇଥିବା ବେଳେ ସନ୍ଧ୍ୟା ୭ ଟା ବେଳକୁ ଶବକୁ ପୋଷ୍ଟମର୍ଟମ ପାଇଁ ମେଡିକାଲ କୁ ନେଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.