ନର୍ଲା ଡାକ୍ତରଖାନାରେ ଯକ୍ଷ୍ମା ଟୀକାକରଣ ଉଦ୍ଘାଟିତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ଲକ ସ୍ତରୀୟ ବୟସ୍କ ବ୍ୟକ୍ତିଙ୍କୁ ଯକ୍ଷ୍ମା ଟୀକାକରଣର ଶୁଭାରମ୍ଭ କରାଯାଇଅଛି। ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଉଦ୍ଘାଟନ କରିଥିଲେ। ବିପିଏମ ସବୀର ପଧାନ, ପିଏଚଇଓ ବିମଳ ଚନ୍ଦ୍ର ଦୀପ, ଏସଟିଏସ ଅଜିତ ଆଚାର୍ଯ୍ୟ ତଥା ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଅଧିନରେ ସମସ୍ତ ଯୋଗ୍ୟ ବୟସ୍କ ବ୍ୟକ୍ତି ମାନଙ୍କୁ ଯକ୍ଷ୍ମା ପ୍ରତିଷେଧକ ଟୀକା ଆସନ୍ତା ସୋମବାରରୁ ଦିଆଯିବ ବୋଲି ଡ଼ ଗୋଛାୟତ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.