ନର୍ଲା ଡିଗ୍ରୀ କଲେଜରେ ସ୍ବଚ୍ଛତା ପକ୍ଷ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଡ଼ିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା (ଏନଏସଏସ) ତରଫରୁ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଛି। ପ୍ରଥମେ କଲେଜର ସମ୍ମେଳନ କକ୍ଷରେ ଏନେଇ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥଲା। ଅଧ୍ୟକ୍ଷ ଶ୍ରୀ ନାଏକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। କଲେଜର ଭୂଗୋଳ ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଏଜୁକେସନ ଅଧ୍ୟାପିକା କୌଶଲ୍ୟା ଗଡବା ପ୍ରମୁଖ ମଞ୍ଚାସିନ ରହି ପରିବେଶ ସ୍ବଚ୍ଛତା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ପରିବେଶ ସ୍ବଚ୍ଛତା ରଖିବା ପାଇଁ ଛାତ୍ରଛାତ୍ରୀ ମାନେ ଶପଥ ପାଠ କରିଥିଲେ। ଏହାପରେ ଏକ ଜନ ସଚେତନତା ରେଲି ଅନୁଷ୍ଠିତ ହୋଇଥଲା। କଲେଜକୁ ଫେରିବା ପରେ କଲେଜ ପରିସରରେ ସଫେଇ କାର୍ଯ୍ଯ ଅନୁଷ୍ଠିତ ହୋଇଥଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.