ରାୟଗଡ : ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପରେ ବାହୁଡା ଯାତ୍ରା

ଶତାଧିକ ଭକ୍ତ ଟାଣିଲେ ତିନି ଠାକୁରଙ୍କ ରଥ

Omkar Vasthu
Omkar Vasthu

ରାୟଗଡ,୧୩/୭ : ୯ ଦିନ ଧରି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହି ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଦିନ ବଡ ଭାଇ ବଳଦେବ ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ସାଥିରେ ଶ୍ରୀମନ୍ଦିରକୁ ବାହୁଡିଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ଏହି ମର୍ମରେ ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଥିବା ୪ର୍ଥ ବାଟାଲିୟନ ସିଆରପିଏଫ (କେନ୍ଦ୍ରୀୟ ରିଜର୍ବ ପୋଲିସ ସୁରକ୍ଷା ବଳ)ହେଡ୍ କ୍ୱାଟର୍ସ କ୍ୟାମ୍ପ ପରିସରରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ରଥଯାତ୍ରା ପରି ବାହୁଡା ଯାତ୍ରା ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କ୍ୟାମ୍ପ ପରିସରରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପହଣ୍ଡି କରାଯାଇ ଘଣ୍ଟ, ହୁଳହୁଳି, ଶଙ୍ଖ ଓ ବାଦ୍ୟରେ ତିନିଠାକୁରଙ୍କୁ ସୁସଜ୍ଜିତ ରଥରେ ରଥାରୂଢ କରାଯାଇଥିଲା । ସେକେଣ୍ଡ ଇନ୍ କମାଣ୍ଡଡେଣ୍ଟ ଏସ.କେ.ଠାକୁର ରଥରେ ସୁନା ଝାଡୁରେ ଛେରା ପହଁରା କରିଥିଲେ । ସିଆରପିଏଫ ସେକେଣ୍ଡ ଇନ କମାଣ୍ଡଡେଣ୍ଟ ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ଅଶୋକ ପି.ଏମ.ଙ୍କ ସହ ଅନ୍ୟ ଅଧିକାରୀ ଓ ଯବାନମାନେ ଉପସ୍ଥିତ ରହିଥିଲେ । ବାହୁଡାଯାତ୍ରାରେ ସିଆରପିଏଫ କ୍ୟାମ୍ପସ ପରିସର ଜୟ ଜଗନ୍ନାଥ ଧ୍ୱନିରେ ଜଗନ୍ନାଥମୟ ପରିବେଶ ସୃଷ୍ଟି ହୋଇଥିଲା । ଆଖାପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ରଥଟାଣି ତିନି ଠାକୁରଙ୍କୁ ମନ୍ଦିରରେ ବିଜେ କରାଇଥିଲେ । ବାହୁଡା ଯାତ୍ରା ଅବସରରେ ପାଖାପାଖି ୪୫୦୦ଜଣ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ବୋଲି ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.