ଜୁନାଗଡ଼ ଆରଏମସି: ହାଇମେକ୍ସ ଲାଇଟ କିଣାରେ ମହାଦୁର୍ନୀତି! 

ଖୋଜିଲେ ମିଳୁ ନାହାନ୍ତି ଅଧିକାରୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ଆରଏମସି ଠାରେ ହାଇମେକ୍ସ ଲାଇଟ କିଣାରେ ମହାଦୁର୍ନୀତି ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି।ଚାଷୀଙ୍କ ବିକାଶ ପାଇଁ ଗଠିତ ଏହି ସଂସ୍ଥା ଟଙ୍କା ଖିଆ କାରଖାନା ପାଲଟିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆରଏମସିର ସେକ୍ରେଟାରୀ ଉଭୟ ମୂଖିଗୁଡା ଓ ଜୁନାଗଡ଼ରେ ଦାୟିତ୍ୱରେ ଅଛନ୍ତି। ସେ ଦୁଇଟି ସ୍ଥାନର ଦାଇତ୍ୱରେ ଥିବାରୁ ଜୁନାଗଡ଼ରେ ଖୋଜିଲେ ମୂଖିଗୁଡା ଓ ମୂଖିଗୁଡାରେ ଖୋଜିଲେ ଜୁନାଗଡ଼ରେ ଅଛି କହି ନିଜ ଘର ଠାରୁ ଅଫିସ ଚଳାଉ ଥିବା ଚର୍ଚ୍ଚା ହେଉଛି। ସେ ମୂଖିଗୁଡାରେ ନିଯୁକ୍ତି ଥାଇ ଅକ୍ଟୋବର ୨୦୨୩ରୁ ଜୁନାଗଡ ଆରଏମସି ଦାୟିତ୍ୱରେ ଥିବା ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମୂଖିଗୁଡା ଓ ଜୁନାଗଡ଼ ଚାଷୀଙ୍କ ପାଇଁ ୯୭ ଗୋଟି ହାଇମେକ୍ସ ଲାଇଟ କିଣାଯାଇ ବଡ କିକବେକ ହୋଇଥିବା ଚର୍ଚ୍ଚା ହେଉଛି। ଗୋଟିଏ ସଂସ୍ଥା ଠାରୁ ହିଁ ତିନୋଟି କୋଟେସନ ଆଣି ବଜାର ଠାରୁ ଚଢା ଦରରେ ଲାଇଟ କିଣାଯାଇ ଥିବା ଅଭିଯୋଗ ଆସେ। ଏ ବିଷୟରେ ଆଧିକାରୀଙ୍କୁ ପଚାରିବା ପାଇଁ ଖୋଜିଲେ ପୁରୁଣା ଜବାବ ମିଳୁଛି, ମୂଖିଗୁଡାରେ ଅଛି ବୋଲି। ତେଣୁ ଜୁନାଗଡ଼ରେ ତୁରନ୍ତ ନୂଆ ଆରଏମସି ସେକ୍ରେଟାରୀ ନିଯୁକ୍ତି ପାଇଁ ଜନସାଧାରଣରେ ଦାବୀ ହେଉଛି। ଅନ୍ୟପକ୍ଷରେ ଏସବୁର ଭିଜିଲାନ୍ସ ତଦନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.