କାଉଡୋଲା ବିକାଶ ପରିଷଦ ମଞ୍ଚ ଗଠିତ: ଚକ୍ରଧର ବେସ୍ରା ସଭାପତି, ବସନ୍ତ ସରାବୁ ସଂପାଦକ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କାଉଡୋଲା ଗ୍ରାମବାସୀଙ୍କୁ ନେଇଁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମାଁ ଠାକୁରାଣୀ ମନ୍ଦିର ପୂଜକ ଦୁଷ୍ମନ୍ତ ପୁଝାରୀଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ ବୈଠକରେ ଗ୍ରାମର ସାମୁହିକ ଉନ୍ନତି ପାଇଁ ‘ବିକାଶ ପରିଷଦ ମଞ୍ଚ କାଉଡୋଲା’ ଗଠିତ ହୋଇଛି। କମିଟିକୁ ପରିଚାଳନା କରିବା ପାଇଁ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା। ଏଥିରେ ଦୁଷ୍ମନ୍ତ ପୁଝାରୀ, ତ୍ରିନାଥ ସରାବୁ, କୈଳାସ ଜାନି, ହୃଷିକେଶ ବେଶ୍ରା, ଉଦ୍ଧବ ନାଏକ, ଅନିରୁଦ୍ଧ ରଣା, ଲୋକନାଥ ସାହୁ, ବଂଶୀଧର ବେଶ୍ରା, ଉମାଶଙ୍କର ଦାସ, ଉଦ୍ଧବ ସତନାମୀ, ଇଶ୍ଵର ମାଝି ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା।

Omkar Vasthu
Omkar Vasthu

ପରେ ଉକ୍ତ କମିଟିର ଦାୟିତ୍ଵ ତୁଲାଇବା ପାଇଁ ସଭାପତି ଭାବରେ ଚକ୍ରଧର ବେଶ୍ରା, ସମ୍ପାଦକ ଭାବେ ବସନ୍ତ କୁମାର ସରାବୁ ଏବଂ କୋଷାଧ୍ୟକ୍ଷ ଭାବରେ ତ୍ରିଲୋକ୍ୟ ବେଶ୍ରାଙ୍କୁ ମନୋନୀତ କରାଯାଇଥିଲା। କମିଟିର ସଦସ୍ୟ ଭାବରେ ଆକାଶ ସରାବୁ, ହିରାଲାଲ ମାଝୀ, ଅଚ୍ୟୁତ ରଣା, ପିଣ୍ଟୁ କୋଚିଆ, ନିଧି ରାମ ମାଝୀ, ପବିତ୍ର ମାଝୀ, ଘାସିରାମ ରାଉତ, ତୁଷାର ନାଏକ, ନିର୍ମଳ କର,ବିନୋଦ ବେଶ୍ରା, ମଳୟ ବେଶ୍ରା, ତୋଫାନ ମାଝୀ, କୁମୁଦ ରଣା, ଅଶୋକ ପୁଝାରୀଙ୍କ ସମେତ ଅନେକ ସଦସ୍ୟଙ୍କ ନାମ ସ୍ଥାନ ପାଇଛି। କାଉଡୋଲାରେ ଆଗକୁ ଥିବା ଦଶହରା ଉପଲକ୍ଷେ ଗ୍ରାମବାସୀ ଏବଂ ଉକ୍ତ କମିଟିର ମିଳିତ ସହଯୋଗରେ ଗାଁରେ ଏକ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.