ନର୍ଲାରୋଡରେ ନବରାତ୍ରୀ ଦୁର୍ଗାପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ନର୍ଲାରୋଡର ଶାରଦୀୟ ଦୁର୍ଗାପୂଜା। ୨୦୨୩ରେ ଦୁର୍ଗା ମନ୍ଦିର ପ୍ରତିଷ୍ଠା ହେବା ପରେ ଗତ ବର୍ଷରୁ ଆଉ ମାଟିରେ ଦୁର୍ଗା ମୂର୍ତ୍ତି ପୂଜା ହେଉନି। ମନ୍ଦିରରେ ରହିଥିବା ସ୍ଥାୟୀ ଦୁର୍ଗା ମୂର୍ତ୍ତି ପୂଜା ଚାଲିଛି। ମନ୍ଦିର ପାର୍ଶ୍ୱରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରାଯାଇ ହୋମ କୁଣ୍ଡରେ ଘୃତାହୂତି ପ୍ରଦାନ କରାଯାଉଛି।

Omkar Vasthu
Omkar Vasthu

ଚଳିତ ବର୍ଷ ପୂଜା କମିଟିର ସଭାପତି ହମେଶ କୁମାର ଜୈନ ଓ ତାଙ୍କ ଧର୍ମ ପତ୍ନୀ ମମତା ଜୈନ କର୍ତ୍ତା ଭାବରେ ଦାୟୀତ୍ବ ନିର୍ବାହନ କରୁଥିବା ବେଳେ ପୁରୀରୁ ପୂଜକ ପଣ୍ତିତ ଦଳ ଆସି ନବରାତ୍ରୀ ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି। ସଭାପତି ହମେଶ କୁମାର ଜୈନ, ଉପସଭାପତି ବିମଳ କୁମାର କେଡିଆ, ସଧାରଣ ସମ୍ପାଦକ ରାଜା ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ପୁଜା ଚାଲିଥିବା ବେଳେ ଯୁଗ୍ମ ସମ୍ପାଦକ ଅମର ରାଉତ, କୋଷାଧ୍ୟକ୍ଷ ବାବୁଲା ରାଉତ, ବିନାୟକ ମହନ୍ତ,

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ଵାଳ, ସୁରୁ ଜୈନ, ନିକୁଞ୍ଜ ଓଝା, ସଙ୍କୀର୍ତ୍ତନ ପଧାନ ପ୍ରମୁଖ ବିଭିନ୍ନ ଦାୟିତ୍ୱରେ ରହି ପୂଜା ପରିଚାଳନା କରୁଛନ୍ତି। ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ନୀଳକଣ୍ଠ ବେହେରା, ଆଶିଷ ରାଉତ, ଶିପୁ ଜେନା, ସୋନୁ ଶବର, ସୁରଜ(ଫକ) ଦାସ, ଓଁ ପୁଝାରୀ, ଦୀପକ ଜେଠୁଆ, ଦୀପକ ଜୈନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.