ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡର ବହୁ ପ୍ରସିଦ୍ଧ ଶାରଦୀୟ ନବରାତ୍ରୀ ଦୁର୍ଗାପୂଜା ବୈଦିକ ବିଧାନ ଅନୁସାରେ ଚାଲିଛି। ପୂଜା ପରିଚାଳନା କମିଟିର ସଭାପତି ତଥା ପୂଜାକର୍ତ୍ତା ଦାୟୀତ୍ବ ତୁଲାଉଥିବା ହମେଶ କୁମାର ଜୈନ, ଉପସଭାପତି ବିମଳ କୁମାର କେଡ଼ିଆ ଓ ସାଧାରଣ ସମ୍ପାଦକ ରାଜା ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନର୍ଲାରୋଡ ଦୁର୍ଗାପୂଜା ଆଗେଇ ଚାଲିଥିବା ବେଳେ ପ୍ରତ୍ୟହ ସନ୍ଧ୍ୟା ୭ ଘଣ୍ଟା ସମୟରେ ସନ୍ଧ୍ୟା ଆଳତୀରେ ହଜାର ହଜାର ଦର୍ଶକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ପୂଜା ପରିଚାଳନା କମିଟି ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଭଣ୍ଡାରା ପ୍ରସାଦର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। କମିଟିର ଯୁଗ୍ମ ସମ୍ପାଦକ ଅମର ରାଉତ, କୋଷାଧ୍ୟକ୍ଷ ବାବୁଲା ରାଉତ, ବିନାୟକ ମହନ୍ତ, ବରିଷ୍ଠ ମାର୍ଗଦର୍ଶକ ଜହରଲାଲ ବିଶ୍ୱାଳ, ରାଜୀନ ସାହୁ, ସୁରୁ ଜୈନ, ସଙ୍କୀର୍ତ୍ତନ ପଧାନ, ଟୁଲୁ ଓଝା, ଦୀପକ ଜେଠୁଆ ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ପୁରୀରୁ ପଣ୍ତିତ ଟିମ ଆସି ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି।