ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ: ତଦନ୍ତ ଦାବି କଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହିଳା ଓ ଶିଶୁ ବିକାଶ ବିଭାଗ ଲାଞ୍ଜିଗଡ଼ ବ୍ଲକ ଅଧୀନରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ସୁଷମ ଖାଦ୍ୟ ବଣ୍ଟନ ପାଇଁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଏହି ଗୋଷ୍ଠୀ ଦ୍ୱାରା ଛତୁଆ ବଣ୍ଟନରେ ଅନିୟମିତତା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏହାକୁ ନେଇ ଡ଼ୁମେରମୁଣ୍ଡା ଗାଁରେ ଗଭୀର ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ନିମ୍ନମାନର ଛତୁଆ, କମ ପରିମାଣର ଛତୁଆ ଦିଆଯାଉଥିବା ନେଇ ଅଭିଯୋଗ କରି ଆଜି ବ୍ଲକ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି ଡ଼ୁମେରମୁଣ୍ଡା, ଇଜୁରୂପା ଓ କନ୍ଧଟୋପିର ଲୋକେ। ଅଭିଯୋଗ ଅନୁସାରେ, ଡ଼ୁମେରମୁଣ୍ଡା ଗାଁର ଅମରଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ, ମାଁ ହୀରା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଦୀର୍ଘ ବର୍ଷ ହେଲା ଛତୁଆ ବଣ୍ଟନ ଦାୟିତ୍ୱ ନେଇଥିବାବେଳେ ଅତ୍ୟନ୍ତ ନିମ୍ନମାନର ଛତୁଆ ବଣ୍ଟା ଯାଉଥିବା ଅଭିଯୋଗ ହେଉଛି। ସେହିପରି ଛତୁଆ ପ୍ୟାକେଟରେ କମ ଓଜନ ରହୁଥିବା ଅଭିଯୋଗ ହେଉଛି। ଏନେଇ ଡୁମେରମୁଣ୍ଡା, ଇଜରୂପା, କନ୍ଧଟୋପି ଗାଁର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଆଜି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ଦ୍ୱାରସ୍ତ ହେବା ସହିତ ଛତୁଆ ଦୁର୍ନୀତିର ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ସେହିପରି ଏନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ତଦନ୍ତ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.