ଗୀତି କବିତା : ସ୍ରଷ୍ଟା ହେବେ ତୋ ବୈଭବ

🖋କୁମୁଦିନୀ ବେହେରା

ଈଶ୍ୱର ନଥାନ୍ତି ମାଟି, ମାଣିକରେ
କାଠ ନିର୍ମିତ ମୂର୍ତ୍ତିରେ
ସେ ଥାଆନ୍ତି ଖାଲି ପ୍ରେମ ଭକ୍ତି ଆଉ
ହୃଦୟ ଭାବ ଭିତରେ।

Omkar Vasthu
Omkar Vasthu

ଯଜ୍ଞ ବିନା ଯେହ୍ନେ ବେଦପାଠ ନାସ୍ତି
ଦାନ ବିନା ଯଜ୍ଞ ବ୍ୟର୍ଥ
ଭାବ ବିନା ସିଦ୍ଧ ନୂହେଁ ତୋର ଆତ୍ମା
ଭକ୍ତି ଭାବ ତୋ’ ସାମର୍ଥ୍ୟ।

Pearl dental clinic
Near Ashish Medical Store, Bhawanipatna

ଶାନ୍ତି ପରି ତପ ନାହିଁ ଏ ଜଗତେ
ଜପାମାଳି କରିଥିବୁ
ଆତ୍ମା ସନ୍ତୋଷର ସୁଖ ବୈଭବକୁ
ସଂସାରେ ତୁ’ ପ୍ରାପ୍ତ ହେବୁ।

Udyog Nursery
Udyogi Nursery

ତୃଷ୍ଣା ସମ ବ୍ୟାଧି ଥିଲେ ତୋ ଆତ୍ମାରେ
ନାହିଁ ତୋ ଜୀବନେ ସ୍ଥିତି
ବିଚାରବନ୍ତ ରେ ଧର୍ମ କର୍ମ କଲେ
ପରମାତ୍ମା ହୁଏ ପ୍ରାପ୍ତି।

କ୍ରୋଧ ଅଟେ ତୋର ଯମର ସମାନ
ଅକାଳରେ ନେବ ପ୍ରାଣ
ସର୍ବlନ୍ତକରଣେ ଶାନ୍ତିରେ ରହିବୁ
ଯେସନେ ଇନ୍ଦ୍ର ନନ୍ଦନ।

ଶୀତଳତା ପଣେ ସିଦ୍ଧତା ବରଣେ
ପାଇବୁ ସର୍ବ ସମ୍ପଦ
ଦୁଃଖ କ୍ଳେଶ ଲେଶ ନ’ ହେବେ ପ୍ରବେଶ
ସ୍ରଷ୍ଟା ହେବେ ତୋ’ ବୈଭବ।

ଶିକ୍ଷୟିତ୍ରୀ, ଭାଗୀରଥୀପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛେଣ୍ଡିପଦା, ଅନୁଗୋଳ

Like our facebook page

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.