ସରିଲା ନବ ଦିନାତ୍ମକ ଯାତ୍ରା : ମାଉଷୀ ଘରୁ ମନ୍ଦିରକୁ ବାହୁଡିଲେ ମହାପ୍ରଭୂ

କର୍ଲାମୁଣ୍ଡା/କେସିଙ୍ଗା,୧୩/୭ : ମାନବବାଦର ମୂର୍ତ୍ତିମନ୍ତ ସ୍ବରୂପ, ବିଶ୍ବନିୟନ୍ତା, ବଳିଆର ଭୂଜ, ଭକ୍ତ ଜନ ବାନ୍ଧବ, ଆରତତ୍ରାଣ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରାର ପରିସମାପ୍ତି ଘଟିଛି । ସେହିକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୂ ମାନଙ୍କ ଘୋଷଯାତ୍ରା ଭକ୍ତିମୟ ପରିବେଷ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ମ. ରାମପୁର ବ୍ଲକ କଢେଲ ଠାରେ ଥିବା କାରୁଣ୍ଡ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି। ଏହି ଅଞ୍ଚଳ ର ସବୁ ଆଖ ପାଖ ଗାଁ ଏବଂ ସହର ରୁ ହଜାର ହଜାର ଭକ୍ତ ଙ୍କ ସମାଗମରେ ରେ ଭରି ଉଠିଥିଲା । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ୍ୟ ଲୋକଙ୍କ ଉତ୍ସାହ ଦେଖିବା କୁ ମିଳିଥିଲା।

ସେହି ଭଳି କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପାରଂପାରିକ ରିତିନିତି ଅନୁସାରେ ବାହୁଡା ଯାତ୍ରା ସଂପନ୍ନ ହୋଇଛି । ଟକାରୁମାଳ ଗ୍ରାମରେ ବଡ ଧୁମ ଧାମରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀଉ ମାନଙ୍କ ପାଖରେ ଭକ୍ତଜନ ପୂଜାର୍ଚ୍ଚନା କରିଥିଲେ । ଠାକୁରଙ୍କୁ ପହଣ୍ଡିରେ ଆଣି ରଥାରୂଢ କରାଯାଇ ରଥଟଣା ଯାଇଥିଲା ।


କେସିଙ୍ଗା ବ୍ଲକର କେସିଙ୍ଗା ସମେତ ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ପାରଂପାରିକ ରିତିନିତି ଅନୁକ୍ରମେ ଅନୁଷ୍ଠିତ ହୋଇଛି । ଏହି ବ୍ବକ ଅନ୍ତର୍ଗତ ସିରଜାପାଳି ଠାରେ ମହାପ୍ରଭୂ ଜଗନ୍ନାଥଙ୍କ ବାହୁଡା ରଥ ଯାତ୍ରା ସଂପନ୍ନ ହୋଇଛି । ଏହି ଯାତ୍ରା ଦେଖିବାକୁ ବହୁଜନ ସମାଗମ ଲାଗିରହିଥିବା ବେଳେ କିଛି ଅଘଟଣ ନଘଟିବା ପାଇଁ ପୋଲିସ ବାହିନୀ ସଜାଗ ରହିଥିଲେ ।

 

କର୍ଲାମୁଣ୍ଡା ପ୍ରତିନିଧି ବାଲକୁମର ସାହୁ ଓ କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.