ବେହେରା ଠାରେ ଜମୁଛି ସାର୍ବଜନୀନ ଦୁର୍ଗାପୂଜା

ହଜାର ହଜାର ଭକ୍ତଙ୍କ ସମାବେଶରେ ମୁଖରିତ ପୂଜା ମଣ୍ଡପ; ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ବ୍ଲକ ବେହେରାର ବହୁ ପ୍ରସିଦ୍ଧ ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୬ବର୍ଷ ପୁରିଛି। ପ୍ରତ୍ୟହ ସଂନ୍ଧ୍ଯା ଘ. ୭ ରେ ମା ଙ୍କ ଠାରେ ସାନ୍ଧ୍ୟ ଆଳତୀ ଲଗି ହେଉଛି। ଆଳତୀ ସମୟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ସମବେତ ହେଉଥିବା ଦୃଶ୍ୟମାନ ହେଉଛି। ଆଳତୀ ସମୟରେ ଘଣ୍ଟୁଆଳ ଦଳଙ୍କ ଘଣ୍ଟ ବାଦ୍ୟ ବିଶେଷ ଆକର୍ଷଣ ରହୁଛି। ସୁ ସଜ୍ଜିତ ଆଲୋକ ମାଳାରେ ଓ ସୁଦୃଶ୍ୟ ତୋରଣରେ ଝଲସି ଉଠୁଛି ପୂଜା ମଣ୍ଡପ। ପୂଜକ ପଣ୍ଡିତମାନଙ୍କ ମନ୍ତ୍ର ପାଠରେ ପ୍ରକମ୍ପିତ ହୋଇ ଉଠୁଛି ପୁଜା ସ୍ଥଳ। ଶୁକ୍ରବାର ରାତିରୁ ପ୍ରତ୍ୟହ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁ ଭକ୍ତ ଓ ଦର୍ଶକଙ୍କ ପାଇଁ ଭରପୁର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛି ପୂଜା କମିଟି। ଦୁର୍ଗା ପୂଜା ପରିଚାଳନା କମିଟିର ସଭାପତି ମଣ୍ଟୁ ଅଗ୍ରୱାଲ, ସାଧାରଣ ସମ୍ପାଦକ ରଜନୀକାନ୍ତ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଉପସଭାପତି ହେମାଳ ଚନ୍ଦ୍ର ନାଏକ, ସହ ସଂପାଦକ ରାହାସ ନାଏକ, ତୁଲସୀରାମ ବାରିକ, ବଳରାମ ପୂଝାରୀ, ଭକଚନ ନାଏକ, କ୍ଷିତୀରାମ ସାହୁ, ଡମ୍ବରୁ ଗୋପାଳ, ଦିଲିପ ସାହୁ ବିଭିନ୍ନ ଦାୟିତ୍ୱ ତୁଲାଉଛନ୍ତି। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ସୁନୀଲ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ବନ୍ଦନା ଅଗ୍ରୱାଲ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିଭଳି ପୂଜକ ଭାବରେ ଅଭିନନ୍ଦନ ତ୍ରିପାଠୀ ଓ ଆଶିଷ ଶତପଥୀ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ଅଭୟ ସିଂ ରାଜପୁତ, ଲଲିତ ନାଏକ, ପିତାମ ରଣା, କ୍ରୁଷ୍ଣଚନ୍ଦ୍ର ନାଏକ, ଜୀତ ସାହୁ, ଖୁସିରାମ ନାଏକ ପ୍ରମୂଖ ସହଯୋଗ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.