୭୨ ଜଣ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟର ୭୨ ଜଣ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କୁ ୩ ଲକ୍ଷ ୮୫ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତାମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ୯ଟି ବିଭାଗର ୭୨ଜଣ କ୍ରୀଡାବିତ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ସେମାନଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାପଡିଛି। କଳିଙ୍ଗ ଷ୍ଟାଡିୟମରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହକି ପ୍ରୋମସନ୍ କାଉନସିଲ୍, ଓଡ଼ିଶାର ସିଇଓ ଦୀପଙ୍କର ମହାପାତ୍ର ଯୋଗ ଦେଇ କହିଥିଲେ ଯେ – ‘ଆଜିର ଦିନଟି କ୍ରୀଡାବିତ୍ ମାନଙ୍କର ସଫଳତା ନିମନ୍ତେ ଉତ୍ସର୍ଗୀକୃତ। ଆଗକୁ ମଧ୍ୟ ଆମ କ୍ରୀଡାବିତ୍ ମାନେ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ପଦକ ହାସଲ କରି ଆମ ରାଜ୍ୟ ଏବଂ ଦେଶକୁ ଗୌରବାନିତ୍ୱ କରିବେ ବୋଲି ମୋର ଆଶା ଓ ବିଶ୍ୱାସ।’ ଏଥିସହ କ୍ରୀଡାର ବିକାଶ ଓ କ୍ରୀଡାବିତ୍ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ସେ ମତପ୍ରକାଶ କରିଥିଲେ।  ଏଥିରେ କ୍ରୀଡା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ସୂଚନା ଅନୁଯାୟୀ କ୍ରିକେଟ ଖେଳାଳୀଙ୍କ ପାଇଁ ୧,୧୦,୫୦୦ ଟଙ୍କା, ସେପକ ଟକରାଓ ଖେଳାଳୀଙ୍କ ପାଇଁ ୮୬,୦୦୦ ଟଙ୍କା, ଟେନିସବଲ୍ କ୍ରିକେଟ୍ ପାଇଁ ୮୦,୦୦୦ ଟଙ୍କା, ରୋଲ୍ ବଲ୍ ପାଇଁ ୩୦,୦୦୦ ଟଙ୍କା, ଫେନ୍ସିଙ୍ଗ ପାଇଁ ୨୦,୦୦୦ ଟଙ୍କା, କାୟାକିଙ୍ଗ ପାଇଁ ୨୫,୦୦୦ ଟଙ୍କା, ଟେବଲ୍ ଟେନିସ୍‌ ପାଇଁ ୨୬,୦୦୦ ଟଙ୍କା, ହ୍ୟାଣ୍ଡବଲ୍ ପାଇଁ ୪,୫୦୦ ଟଙ୍କା ଏବଂ ଭଲିବଲ୍ ପାଇଁ ୩,୫୦୦ ଟଙ୍କା ପ୍ରଦାନ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.