ଅବିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଅବିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭା ପକ୍ଷରୁ ୪ଗୋଟି ଜିଲ୍ଲାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହେବ। ସେହି କ୍ରମରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକର ରାହାଲିଗୁଡା ଓ ଉମରକୋଟ ବ୍ଲକର ରାମପାରା ଠାରେ ମହାସମାରୋହରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଉମରକୋଟ ଓ ଝରିଗାଁ ବ୍ଳକର ମିଳିତ ଆନୁକୂଲ୍ୟରେ ଉମରକୋଟ ବ୍ଳକର ତହରା ଗ୍ରାମପଞ୍ଚାୟତ ଅଧିନସ୍ଥ ରାମପାରା ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଅବିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର ସହ ସଂପାଦକ ତ୍ରିନାଥ ଗୈାଡଙ୍କ ସଭାପତିତରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର ସଭାପତି ଭୁବନ ଗୈାଡ, ଉପସଭାପତି ବଳରାମ ଗୈାଡ, ସାଧାରଣ ସଂପାଦକ ପର୍ଶୁରାମ ନାୟକ, ସହସଂପାଦକ ଡମୁରୁଧର ଗୈାଡ, କୋଷାଧ୍ୟକ୍ଷ ସନ୍ୟା ଗୈାଡ, ଅବିଭକ୍ତ କୋରାପୁଟ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଜାତା ଗୈାଡ, କାର୍ଯ୍ୟକାରିଣୀ ସଦସ୍ୟ କୃପା ଗୈାଡ, ରାଧାକୃଷ୍ଣ ନାୟକ, ସନାଧର ଗୈାଡ, ଦାସରଥି ଗୈାଡ, କୃଷ୍ଣ ଗୈାଡ, ସଦା ଗୈାଡ, ଡମୁ ଗୈାଡ, ଜଗନ୍ନାଥ ଗୈାଡ, ମନୂ ଗୈାଡ, ଖଗ ଗୈାଡ, ପୂର୍ଣ୍ଣ ଗୈାଡ, ସହଦେବ ଗୈାଡ, ପ୍ରଦିପ ଗୈାଡ, ଭିମ ଗୈାଡ, ଚୈତନ୍ୟ ଗୈାଡଙ୍କ ସମେତ ୧୦ ଗୋଟି ବ୍ଳକ ଓ ୨ ଗୋଟି ନଗରର ସମାଜର ମୁଖ୍ୟ ମାନେ ଯୋଗ ଦେଇଥିଲେ। ଏହି ନୂଆଖାଇ ଭେଟଘାଟରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଦସ୍ୟ ଉପସ୍ଥିତ ଥିଲେ। ଅତିଥିବୃନ୍ଦ ନୂଆଖାଇର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବାସହ ସାମାଜର ବିଭିନ୍ନ ଦିଗ ଉପରେ ଅବିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଶେଷରେ  ସାଧାରଣ ସଂପାଦକ ପର୍ଶୁରାମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.