କଳସ ଯାତ୍ରାରୁ ଆରମ୍ଭ ହେଲା ପୋଖରୀବନ୍ଧ ଦୁର୍ଗାପୂଜା: ସାମିଲ ହେଲେ ହଜାରେରୁ ଉର୍ଦ୍ଧ ଆବାଳବୃଦ୍ଧବନିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ମାଁ ହିରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ଦୁର୍ଗାପୂଜା ପାଇଁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ପୋଖରୀବନ୍ଧ ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି କୁଳମଣି ବାଣୁଆଙ୍କ ନେତୃତ୍ବରେ କମିଟିର ସମସ୍ତ ସଦସ୍ୟ, ଆବାଳବୃଦ୍ଧବନିତା ତଥା ପଖୋରୀବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳର ଏକ ହଜାରରୁ ଊର୍ଦ୍ଧ୍ବ ମହିଳା, ପୁରୁଷ ଏଥିରେ ସାମିଲ ହୋଇଥିଲେ। ପୋଖରୀବନ୍ଧ ମାଁ ହିରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ରମେଶ ସାହୁଙ୍କ ପ୍ରଚେଷ୍ଟାରେ ଓ ପୋଖରୀବନ୍ଧ ପଞ୍ଚାୟତବାସୀଙ୍କ ସହଯୋଗରେ ଏହି ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଏଥିରେ କର୍ତ୍ତା ଭାବେ ରମେଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଶାନ୍ତିପ୍ରିୟା ସାହୁ ରହିଥିବା ବେଳେ ମୁଖ୍ୟ ପୂଜକ ଦାଇତ୍ୱରେ ଅଛନ୍ତି ନରେଶ ଦାସ। ତେବେ ଏବର୍ଷ ସୁଦୃଶ୍ୟ ତୋରଣ ଓ ମେଢ଼ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ରାତିରେ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ଲାଞ୍ଜିଗଡ଼ରୋଡ଼ ଠାରେ ନବରାତ୍ରି ଦୁର୍ଗାପୂଜା ଚାଲିଥିବା ବେଳେ ବୁଧବାର ଷଷ୍ଠୀ ତିଥିରେ ବ୍ଲକର ବିଶ୍ଵନାଥପୁର, ଲାଞ୍ଜିଗଡ଼, ରାମଚନ୍ଦ୍ରପୁର ଠାରେ ମଧ୍ୟ ହର୍ଷଉଲ୍ଲାସ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.