ମା ଜଗଜ୍ଜନନୀଙ୍କ ଆଶିଷ ଭିକ୍ଷା କଲେ ନର୍ଲା ବିଧାୟିକା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ପୂଜା ମଣ୍ଡପ ବୁଲି ମା ଜଗଜ୍ଜନନୀଙ୍କ ଆଶିଷ ଭିକ୍ଷା କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି। ଗତ ଗୁରୁବାର ଠାରୁ ନର୍ଲା, ନର୍ଲାରୋଡ, ରୁପ୍ରାରୋଡ, ବାଲିପଡ଼ା ପ୍ରଭୃତି ସ୍ଥାନରେ ନବରାତ୍ରୀ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି। ଆଉ କେତେକ ସ୍ଥାନରେ ପାଞ୍ଚ ଦିନ ଧରି ଦୁର୍ଗାପୂଜା ହେବାକୁ ଯାଉଥିବା ବେଳେ ବିଧାୟିକା ଶ୍ରୀମତୀ ମହାନ୍ତି ବୁଧବାର ସନ୍ଧ୍ୟା ଆଳତୀ ସମୟରେ ନର୍ଲାରୋଡ, ନର୍ଲା ଓ ବାଲିପଡ଼ା ପୁଜା ମଣ୍ଡପକୁ ଯାଇ ଆଳତି ଦେବା ସହ ମା’ ଙ୍କ ଆଶିଷ ଭିକ୍ଷା କରିଛନ୍ତି। ନର୍ଲା ବିଧାୟିକାଙ୍କ ସହ ତାଙ୍କ ସହଯୋଗୀ ଗୋବିନ୍ଦ ତାଣ୍ଡି, ଚଣ୍ଡିଦାସ ସାହୁ, ବିଜୟ ଭୋଇ, ସୁଦର୍ଶନ ଦୋରା ପ୍ରମୁଖ ପୂଜା ମଣ୍ଡପରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ନର୍ଲାରୋଡ ପୂଜା କମିଟିର ସଭାପତି ତଥା କର୍ତ୍ତା ହମେଶ କୁମାର ଜୈନ, ଉପସଭାପତି ବିମଲ କୁମାର କେଡିଆ, ସାଧାରଣ ସମ୍ପାଦକ ରାଜା ପରିଡ଼ା,କମିଟିର ଯୁଗ୍ମ ସମ୍ପାଦକ ଅମର ରାଉତ, କୋଷାଧ୍ୟକ୍ଷ ବାବୁଲା ରାଉତ, ବିନାୟକ ମହନ୍ତ, ବରିଷ୍ଠ ମାର୍ଗଦର୍ଶକ ଜହରଲାଲ ବିଶ୍ୱାଳ, ରାଜୀନ ସାହୁ, ସୁରୁ ଜୈନ, ସଙ୍କୀର୍ତ୍ତନ ପଧାନ, ଟୁଲୁ ଓଝା ପ୍ରମୁଖ ବିଧାୟିକାଙ୍କୁ ପୁଜା ମଣ୍ଡପକୁ ପାଛୋଟି ନେଇଥିଲେ।

Omkar Vasthu
Omkar Vasthu

ନର୍ଲାରୋଡ ଦୁର୍ଗା ମନ୍ଦିରର ସ୍ଥାୟୀ ପୂଜକ ଅନୀଲ କୁମାର ମିଶ୍ର ମାଙ୍କ ଠାରେ ପୁଷ୍ପାଞ୍ଜଳି କରେଇଥିଲେ। ସେହିଭଳି ନର୍ଲା ପୁଜା ମଣ୍ଡପକୁ ଯାଇ ମା ଙ୍କ ଦର୍ଶନ କରିଥିଲେ ବିଧାୟିକା। ନର୍ଲା ପୂଜା ପରିଚାଳନା କମିଟିର ସଭାପତି ମୃତ୍ୟୁଞ୍ଜୟ (ପିଣ୍ଟୁ) ନାଗ, ସାଧାରଣ ସମ୍ପାଦକ ଦୀପୁ ପାତ୍ର, ଉପସଭାପତି ବିମଳ ସାହାଣୀ, ଯୁଗ୍ମ ସମ୍ପାଦକ କ୍ଷେତ୍ର ସାହାଣୀ, କୋଷାଧ୍ୟକ୍ଷ ଅନମୋଲ ଚାନ୍ଦ (ବଣ୍ଟୁ) ପ୍ରମୁଖ ତାଙ୍କୁ ପୂଜା ସ୍ଥଳିକୁ ପାଛୋଟି ନେଇଥିଲେ। ପୂଜକ ପଣ୍ତିତ ଦୟାନିଧି ବିଶି ଓ ସୁନାସିର ମିଶ୍ର ପୁଜା କରି ଆଶୀର୍ବାଦ ପ୍ରଦାନ କରିଥିଲେ। ସେହିଭଳି ବାଲିପଡ଼ା ପୂଜା ମଣ୍ଡପରେ ମଧ୍ଯ ବିଧାୟିକା ଶ୍ରୀମତୀ ମହାନ୍ତି ମା ଦଶଭୁଜାଙ୍କୁ ଦର୍ଶନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବାଲିପଡ଼ା ପୂଜା କମିଟି ଅଧ୍ୟକ୍ଷ ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀ, ମୁଖ୍ୟ ଉପଦେଷ୍ଟା ପରେଶ ପଧାନ, ପୁଜା କମିଟି ସଭାପତି ଲୋଚନ ସାହୁ, ସାଧାରଣ ସମ୍ପାଦକ କୁନ୍ତ ଭୋଇ, ପୁଜା ସମ୍ପାଦକ ଅଶୋକ ବାରିକ, କୋଷାଧ୍ୟକ୍ଷ ଜୟସେନ ନାୟକ, ଉପାଧ୍ୟକ୍ଷ ତପନ ପଧାନ, ସହ ସମ୍ପାଦକ ଜିତୁ ପଧାନ, ବରିଷ୍ଠ ସଦସ୍ୟ ବବ୍ଲୁ ଭୋଇ, ମହେନ୍ଦ୍ର ସାହୁ ପ୍ରମୁଖ ବିଧାୟିକାଙ୍କୁ ପାଛୋଟି ନେଇଥିଲା ପୂଜା ମଣ୍ଡପକୁ। ପୂଜକ ଘନଶ୍ୟାମ ତ୍ରୀପାଠୀ ଓ ତରୁ ପାଢୀ ପୂଜନ କାର୍ଯ୍ୟ ସମ୍ପାଦନ କରି ବିଧାୟିକାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ମୋ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଅନୁଷ୍ଠିତ ସମସ୍ତ ବ୍ଲକର ପୂଜା ଦର୍ଶନ କରି ଦୁର୍ଗା ମାଙ୍କ ଆଶିଷ ଭିକ୍ଷା କରିବି। ମାଙ୍କ କରୁଣାରୁ ଲୋକଙ୍କ ସେବା କରିବାର ସୁଯୋଗ ପାଇଛି। ଏଣୁ ପବିତ୍ର ଦଶହରାରେ ପ୍ରତି ପୂଜା ମଣ୍ଡପ ବୁଲି ମାଙ୍କୁ ଦର୍ଶନ କରିବି ବୋଲି କହିଛନ୍ତି ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.