ବିଶିଷ୍ଟ ମୃତ୍ତିକା ଶିଳ୍ପୀ ଦିଲ୍ଲୀପ ରଣାଙ୍କ ବିୟୋଗ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର କୁମ୍ଭାରପଡା ନିବାସୀ ବିଶିଷ୍ଟ ମୃର୍ତ୍ତିକା ଶିଳ୍ପୀ ଦିଲ୍ଲୀପ ରଣାଙ୍କ ୪୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ଅନ୍ତର୍ଜାତୀୟ ମୂର୍ତ୍ତିକା ଶିଳ୍ପୀ ଲୋକନାଥ ରଣାଙ୍କ ଦିଲ୍ଲୀପ କନିଷ୍ଠ ପୁତ୍ର ଥିଲେ। ତାଙ୍କ ବାପା ଯେଉଁଭଳି ଭାବେ ଡେନମାର୍କ, ସ୍ବିଡେନ ଆଦି ଦେଶରେ ତାଙ୍କର ମୂର୍ତ୍ତିକା କଳାର ଯାଦୁ ଦେଖାଇ ଥିଲେ ପୁଅ ଦିଲ୍ଲୀପ ମଧ୍ଯ ବାପାଙ୍କ ପଦାଙ୍କ ଅନୁସରଣ କରି ମୃତ୍ତିକା କଳାରେ କିଛି ନୂଆ କରିବା ସର୍ବଦା ଚେଷ୍ଟା କରୁଥିଲେ। ବହୁ ଜାତୀୟ ତଥା ରାଜ୍ୟର ଅନେକ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀପ ସମ୍ବର୍ଦ୍ଧିତ ହୋଇଥିଲେ। ମହାରାଷ୍ଟ୍ରର ଭଦ୍ରାବତୀର ଜାତୀୟ ଅନୁଷ୍ଠାନରେ ସିରାମିକ୍ କଳାରେ ସେ ତାଲିମପ୍ରାପ୍ତ ମୂର୍ତ୍ତିକା ଶିଳ୍ପୀ ଥିଲେ। ମହୀଶୂର ଠାରେ ଅନୁଷ୍ଠିତ ଏକ ଜାତୀୟ ସେମିନାରରେ ଯୋଗଦେଇ ବଡଭାଇ ଅନନ୍ତଙ୍କ ସହ ଦିଲ୍ଲୀପ ଗତକାଲି ବୁଧବାର ରାତି ୯ଟାରେ ଜନ୍ମମାଟି ସୋନପୁରକୁ ଫେରିଥିବା ବେଳେ ରାତି ୧୧ଟାରେ ହୃଦଘାତ ହେବା ଯୋଗୁଁ ଦିଲ୍ଲୀପଙ୍କୁ ତାଙ୍କ ସହଯୋଗୀ ମାନେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ରାତି ୧୨ଟାରେ ତାଙ୍କର ପରଲୋକ ହୋଇଯାଇଥିଲା। ଦିଲ୍ଲୀପଙ୍କ ବିୟୋଗରେ ସୁବର୍ଣ୍ଣପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଏକ ୮ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ଥିବାରୁ ସରକାରଙ୍କ ତରଫରୁ ଦିଲ୍ଲୀପଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା କଳାକାର ସଂଘ ପକ୍ଷରୁ ଦାବି କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.