ଆଜି ମହିଷା ମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ଵରୀ

ସୋନପୁରର ମାଁ ଭଗବତୀ ଓ ଦୁର୍ଗା ମନ୍ଦିରରେ ସିଦ୍ଧିଦାତ୍ରୀ ବେଶ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ଦଶ ମହାବିଦ୍ୟା ପୂଜା ଚାଲୁ ରହିଥିବା ବେଳେ ଶୁକ୍ରବାର ଆଶ୍ୱିନ ଶୁକ୍ଳ ପକ୍ଷର ନବମୀ ତିଥି ଅବସରରେ ଭୋର ସମୟରୁ ମନ୍ଦିର ଖୋଲାଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ମହିଷା ମର୍ଦ୍ଦିନୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିରରେ ନବ ଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ନବମ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ସହରର ସର୍ବ ପୁରାତନ ମା ଭଗବତୀଙ୍କ ପୀଠରେ ଆଜି ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ। ସେପଟେ ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ନବରାତ୍ରର ନବମ ଦିନରେ ଆଜି ମା’ ଦୁର୍ଗା ଭକ୍ତଙ୍କୁ ସିଦ୍ଧିଦାତ୍ରୀ ରୂପରେ ଦର୍ଶନ ଦେଇଛନ୍ତି।

Omkar Vasthu
Omkar Vasthu

ତେବେ ଏହି ବେଶର ପୌରାଣିକ ମହାତ୍ମ୍ୟ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା। “ସିଦ୍ଧଗନ୍ଧର୍ବଯକ୍ଷାଦ୍ୟୈରସୁରୈରମରୈରପି”
“ସେବ୍ୟମାନା ସଦା ଭୂୟାତ୍‌ ସିଦ୍ଧିଦା ସିଦ୍ଧିଦାୟିନୀ”।
ମାତା ଦୁର୍ଗାଙ୍କର ନବମ ଶକ୍ତିର ନାମ ସିଦ୍ଧିଦାତ୍ରୀ। ଏହି ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରନ୍ତି। ମାର୍କଣ୍ଡେୟ ପୁରାଣ ଅନୁଯାୟୀ ସିଦ୍ଧି ହେଉଛି ଆଠ ପ୍ରକାର, ଯଥା- ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ଈଶିତ୍ୱ ଏବଂ ବଶିତ୍ୱ। ବ୍ରହ୍ମବୈବର୍ତ୍ତ ପୁରାଣର ଶ୍ରୀକୃଷ୍ଣ ଜନ୍ମ ଖଣ୍ଡରେ ସିଦ୍ଧି ଅଠର ପ୍ରକାର ବୋଲି କୁହାଯାଇଛି। ଯଥା- ଅଣିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ମହିମା, ଈଶିତ୍ୱ ବା ବଶିତ୍ୱ, ସର୍ବକାମାବସାୟିତା, ସର୍ବଜ୍ଞତ୍ୱ, ଦୁରଶ୍ରବଣ, ପରକାୟପ୍ରବେଶନ, ବାକ୍‌ ସିଦ୍ଧି, କଳ୍ୱବୃକ୍ଷତ୍ୱ, ସୃଷ୍ଟି, ସଂହାରକରଣସାମର୍ଥ୍ୟ, ଅମରତ୍ୱ, ସର୍ବନ୍ୟାୟକତ୍ୱ, ଭାବନା ଓ ସିଦ୍ଧି। ଭକ୍ତ ଓ ସାଧକମାନଙ୍କୁ ଏହି ସମସ୍ତ ସିଦ୍ଧି ପ୍ରଦାନ କରିବାକୁ ମାତା ସିଦ୍ଧିଦାତ୍ରୀ ସମର୍ଥ। ଦେବୀ ପୁରାଣ ଅନୁଯାୟୀ ମା’ଙ୍କ କୃପାରୁ ହିଁ ଭଗବାନ ଶିବ ଏହି ସବୁ ସିଦ୍ଧି ପ୍ରାପ୍ତି କରିଥିଲେ। ତାଙ୍କରି ଅନୁକମ୍ପା ରେ ହିଁ ଶିବଙ୍କର ଅଧା ଶରୀର ଦେବୀଙ୍କ ଶରୀର ପରି ହୋଇଥିଲା। ତେଣୁ ସେ ଲୋକରେ ଅର୍ଦ୍ଧନାରୀଶ୍ୱର ନାମରେ ବିଖ୍ୟାତ। ମା’ ସିଦ୍ଧିଦାତ୍ରୀ ଚତୁର୍ଭୁଜା, ସିଂହବାହିନୀ ଏବଂ ପଦ୍ମାସନା। ସେ ଡ଼ାହାଣ ପଟର ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାଆଁ ପଟର ଉପର ହାତରେ ପଦ୍ମ ଓ ତଳ ହାତରେ ଶଙ୍ଖ ଧରିଥାନ୍ତି। ନବରାତ୍ର ପୂଜାର ନବମ ଦିନ ତାଙ୍କର ଉପାସନା କରାଯାଏ। ଯେଉଁମାନେ ସେ ଦିନ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ପୂର୍ଣ୍ଣ ନିଷ୍ଠାର ସହିତ ସାଧନା କରନ୍ତି, ମାତାଙ୍କ କୃପାରୁ ସେମାନଙ୍କୁ ସକଳ ସିଦ୍ଧି ପ୍ରାପ୍ତ ହୋଇଯାଏ। ସେପଟେ ସହରର ବିଭିନ୍ନ ପୂଜା ମଣ୍ଡପରେ ମାଙ୍କ ନବରାତ୍ରୀ ପୂଜା ଧୁମଧାମରେ ଚାଲିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.