ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗ୍ରାମରେ ମହାସମାରୋହରେ ଚାଲିଛି ଶାରଦୀୟ ଦୁର୍ଗାପୂଜା। ପୂର୍ବାହ୍ନରେ ମୁଖ୍ୟ ପୂଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଲ୍ବ ବରଣ କରାଯାଇଥିଲା। ଅପରାହ୍ନରେ ମା’ଙ୍କର ଜଳଯାତ୍ରା ଅନୁଷ୍ଠିତ ହୋଇଥିଲା। ଜଳଯାତ୍ରା ପୂଜାମଣ୍ଡପ ପରିକ୍ରମା ପରେ ଭକ୍ତଜନଙ୍କୁ ଦର୍ଶନ ଦେଇଥିଲେ ଜଗତଜନନୀ। ଗ୍ରାମବାସୀଙ୍କ ଉପସ୍ଥିତିରେ ମୁଖ୍ୟ ପୂଜକ ନବମୀରେ ପୂଜାକାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ। ମାଁଙ୍କ ଦର୍ଶନ ନିମନ୍ତେ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ଲାଗି ରହିଛି। ସୂଚନା ମୁତାବକ ଏହି ଗ୍ରାମରେ ୪୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦୁର୍ଗାପୂଜା ପାଳିତ ହୋଇ ଆସୁଛି।