ଶ୍ରୀ ସତ୍ୟସାଇ ସ୍କୁଲ ଓ ସମିତି ପକ୍ଷରୁ ଛତରଯାତ୍ରାରେ ପାନୀୟ ଜଳ ସେବା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି ମାଁ ମାଣିକେଶ୍ଵରୀଙ୍କ ବିଶ୍ଵ ପ୍ରସିଦ୍ଧ ଛତରଯାତ୍ରା। ଏଥିରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ପାଇଁ ଭବାନୀପାଟଣାସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟାଳୟ ଓ ଶ୍ରୀ ସତ୍ୟସାଇ ସଂଗଠନର ମିଳିତ ଉଦ୍ୟମରେ ବିଶୁଦ୍ଧ ପାନୀୟ ଜଳ ସେବା ପ୍ରଦାନ କରାଯାଇଥିଲା। ଅତ୍ୟଧିକ ତାତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ସମିତିର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ୱେଚ୍ଛାସେବୀ ପାନୀୟ ଜଳ ବଣ୍ଟନ କରି ଶ୍ରଦ୍ଧାଳୁମାନଙ୍କ ସୁନ୍ଦର ଦର୍ଶନ ପାଇଁ ସୁ-ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍କୁଲ ମେନେଜର ସୁବ୍ରତ ଖାଡାଙ୍ଗା, ଦିଲ୍ଲୀ କନ୍‌ଭେନର ତୁଳସୀରାମ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ଗତିରାମ ସାହୁ, ବିଭୂତି ଭୂଷଣ ସାହୁ, ଦାଶରଥି ନନ୍ଦ, ପାଣୁ ଚରଣ ମହାପାତ୍ର, ସୁନୀତା ପାଢୀ ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ସେବା ପ୍ରଦାନ କରିଥିଲେ। ଶ୍ରୀ ସତ୍ୟସାଇ ସଂଗଠନର ଏହି ସେବା ପ୍ରବୃତ୍ତିକୁ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.