ମା ସୁରେଶ୍ଵରୀଙ୍କ ପୀଠରେ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ

ପ୍ରସାଦ ବଣ୍ଟନରେ ସାମିଲ ହେଲେ ଜଷ୍ଟିସ ଓ ଏସପି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସମଗ୍ର ବିଶ୍ୱର କଲ୍ୟାଣ ଓ ଜିଲ୍ଲାର ବିକାଶ ପାଇଁ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ନବରାତ୍ରି ଅବସରରେ ଗତ ୩ ତାରିଖରୁ ୧୨ ତାରିଖ ଦଶହରା ଯାଏ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟହ ଭୋରରୁ ମାଙ୍କ ଦ୍ଵାର ଫିଟା ଓ ମଙ୍ଗଳ ଆଳତୀରୁ ଆରମ୍ଭ ହୋଇ ୮ ଘଣ୍ଟାରୁ ସୂର୍ଯ୍ୟ ପୂଜା ଓ ଷୋଡ଼ଶ ପୂଜା ପରେ ଚଣ୍ଡୀ ସ୍ତୋତ୍ର ପଠନ କରାଯାଇଥିଲା।

Omkar Vasthu
Omkar Vasthu

ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ସହକାରୀ ପ୍ରଫେସର ଶିବ ପ୍ରସାଦ ନନ୍ଦ ଓ କିଶୋର ମିଶ୍ରଙ୍କ ନେତୃତ୍ବରେ ତିନି ଜଣ ଶିଷ୍ୟଙ୍କ ଦ୍ଵାରା ସାମୂହିକ ଚଣ୍ଡୀ ସ୍ତୋତ୍ର ପାଠ ଚାଲିଥିଲା। ପ୍ରତ୍ୟହ ସନ୍ଧ୍ୟା ୬ ଟାରୁ ଘୃତଯଜ୍ଞ ଓ ସନ୍ଧ୍ୟା ୭ ଟାରେ ମହା ଆଳତୀ ପରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କୋଶଳ ହାଇସ୍କୁଲ, ସ୍ବଚ୍ଛ ଭାରତ ସଙ୍ଗଠନ, ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ଭୁବନେଶ୍ଵର, ପୋଲିସ କନେଷ୍ଟବଳ ସଂଘ, ସିଆରସିସି ସଂଘ, ଜିଲ୍ଲା ଡ୍ରଗିଷ୍ଟ କେମିଷ୍ଟ ଏସୋସିଏସନ୍, କୃଷକ ସଂଗଠନ, ପତଞ୍ଜଳୀ ଯୋଗ ସମିତି ଫରେଷ୍ଟ ପାର୍କ ପ୍ରମୁଖ ଅନୁଷ୍ଠାନ ଓ ଯଜ୍ଞର କର୍ତ୍ତା ଅର୍ଜୁନ ରଥ, ପୀତାମ୍ବର ସାମନ୍ତରାୟ, ଭକ୍ତ ଅର୍ଚ୍ଚନା ତ୍ରୀପାଠୀ ପ୍ରମୁଖ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟାରେ କ୍ଷୀରି, ପିଠା, ମିଠା, କାନିକା ଭୋଗ ମାଙ୍କ ଠାରେ ଅର୍ପଣ ପରେ ଯଜ୍ଞ ମଣ୍ଡପ ଆଗରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଗତକାଲି ସନ୍ଧ୍ୟାରେ ଜିଲ୍ଲା ପୋଲିସ ସଂଘ ପକ୍ଷରୁ ଆୟୋଜିତ ମାଙ୍କ ପ୍ରସାଦ ସେବନ ବଣ୍ଟନ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରାସାଦ ସାହୁ ଶୁଭାରମ୍ଭ କରି ସପତ୍ନିକ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିଥିବା ବେଳେ ମାଙ୍କ ପରମ ଭକ୍ତ ତଥା କଲିକତା ଉଚ୍ଚତମ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ମଧ୍ୟ ଏହି ସେବା କାର୍ଯ୍ଯ କ୍ରମରେ ଯୋଗ ଦେଇ ପୋଲିସ ଓ ସ୍ୱେଚ୍ଛାସେବୀଙ୍କ ସହ ଭୋଗ ବଣ୍ଟନ କରିଥିଲେ। ପ୍ରତ୍ୟହ ଯଜ୍ଞରେ କର୍ତ୍ତା ଭାବେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ, ସୁର୍ଯ୍ୟ ନାରାୟଣ ଦାଶ, ଅଟଳ ମହାପାତ୍ର, ଶମ୍ଭୁ ଅଗ୍ରୱାଲା, ଅବିନାଶ ମିଶ୍ର, ରବି ନାରାୟଣ ମହାପାତ୍ର, ମାନ ଭଞ୍ଜନ ବେଦବାକ, ପୀତାମ୍ବର ସାମନ୍ତରାୟ, କିରଟି ପାଢ଼ୀ, ଅର୍ଜୁନ ରଥ, ଅଭିଳାଷ ମିଶ୍ର, ଦାୟିତ୍ବ ନେଇଥିବା ବେଳେ ଶ୍ରୀବତ୍ସ ମଲ୍ଲିକ, ରଶ୍ମିତା ସାହୁ, ଗୋପାଳ ନେଗୀ, ସତ୍ୟ ନାରାୟଣ ତ୍ରୀପାଠୀ, ଅଭୟା ମହାପାତ୍ର, ରବି ନାରାୟଣ ମହାପାତ୍ର, ଭୀଷ୍ମ ମୁନି, ବାବୁଲି ବକ୍ସି, ବୈକୁଣ୍ଠ ଶତପଥି, ପ୍ରଦୀପ ପୁରୋହିତ ପ୍ରମୁଖ ମାଙ୍କ ପରମ ଭକ୍ତ ଙ୍କ ତତ୍ତ୍ଵାବଧାନରେ ଯଜ୍ଞର ପ୍ରତ୍ୟେକ କାର୍ଯକ୍ରମ ଅନୁଷ୍ଠିତ ହେଉଛି। ଜିଲ୍ଲା ତଥା ଦୂର ଦୂରାନ୍ତର ବହୂ ଭକ୍ତ ଏହି ଯଜ୍ଞରେ ସାମିଲ୍ ହୋଈ ସହଯୋଗ କରୁଛନ୍ତି। ମା ସୁରେଶ୍ଵରୀଙ୍କ ପ୍ରତ୍ୟହ ବେଶ ଦର୍ଶନ, ଯଜ୍ଞ ମଣ୍ଡପ ଠାରେ ଅଷ୍ଟ ବିଷ୍ଣୁ, ଅଷ୍ଟ ଶମ୍ଭୁ, ଅଷ୍ଟ ଚଣ୍ଡୀ, ଅଷ୍ଟ ହନୁମାନ, ଅଷ୍ଟ ଭୈରବ, ଅଷ୍ଟ କ୍ଷେତ୍ରପାଳ ଦର୍ଶନ ଓ ପବିତ୍ର ଗଙ୍ଗା ଠାରେ ବଢ଼ୁଥିବା ମାଛ ମାନଙ୍କୁ ପ୍ରସାଦ ଓ ବିଭିନ୍ନ ପ୍ରକାର ଖାଦ୍ୟ ଖୁଆଇବା ମନୋରମ ଦୃଶ୍ୟ ଦୂର ଦୁରାନ୍ତରରୁ ଆସୁଥିବା ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.