କଟକର ଦଶହରା

ଦଶହରା କଟକର ଏକ ପ୍ରଧାନ ପର୍ବ। କଟକ ଦଶହରା ଚାନ୍ଦି ମେଢ଼ ଲାଗି ବିଶ୍ଵ ବିଖ୍ୟାତ, ପୂଜାସମୟରେ ମେଢ଼ ଗୁଡ଼ିକୁ ଓ ମା’ଙ୍କ ମୂର୍ତ୍ତିକୁ ରୂପା ନିର୍ମିତ ଅଳଙ୍କାର ଦ୍ୱାରା ସଜ୍ଜିତ କରାଯାଇଥଏ, ଆଉ କେତେକ ସ୍ଥାନରେ ଜରିରେ ନିର୍ମିତ ମେଢ଼ ମଧ୍ୟ କରାଯାଇଥାଏ। ଦଶ ଦିନ ଧରି ଏହି ପୂଜା ଚାଲି ଥାଏ। ମା’ଙ୍କ ମୂର୍ତ୍ତି ଗଢା ପାଇଁ ଲବ୍ଧ ପ୍ରତିଷ୍ଠ କାରିଗରମାନେ ନିୟୋଜିତ ହେଇଥାନ୍ତି। କାଠଗଡା ସାହି, ବିଡାନାସିର କୁମ୍ଭାରମାନେ ପୁରୁଷାନୁକ୍ରମେ ମୂର୍ତ୍ତି ଗଢି ଆସୁଛନ୍ତି। ମୂର୍ତ୍ତି ଗଢିବା ପାଇଁ ସେମାନଙ୍କୁ ୮ ରୁ ୧୦ଦିନ ସମୟ ଲାଗେ। ବିଭିନ୍ନ ପୂଜା କମିଟି କାରିଗରମାନଙ୍କୁ ଭିନ୍ନ ଭିନ୍ନ ପାରିଶ୍ରମିକ ଦେଇଥାନ୍ତି। ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର, ଚାଉଳିଆଗଞ୍ଜ, ଝାଞ୍ଜିରିମଙ୍ଗଳା, ମଙ୍ଗଳାବାଗ, ପିଠାପୁର, ଦୋଳମୁଣ୍ଡାଇ, ତେଲେଙ୍ଗାବଜାର, ହରିପୁର ପ୍ରଭୃତି ସ୍ଥାନରେ ମା’ଙ୍କ ପୂର୍ବସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.