କଳିଙ୍ଗ ବୌଦ୍ଧ ମହାସଂଘ ଟ୍ରଷ୍ଟ ପକ୍ଷରୁ ଅଶୋକ ଧମ୍ମ ବିଜୟ ଦଶମୀ ପାଳିତ

ଯୋଗଦେଲେ କଳାହାଣ୍ଡି ଏଓଏସସିଏଫ୍ କର୍ମକର୍ତ୍ତା 

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଡାଲଗୁଡା ଠାରେ କଳିଙ୍ଗ ବୌଦ୍ଧ ମହାସଂଘ ଟ୍ରଷ୍ଟ ପକ୍ଷରୁ ଅଶୋକ ଧମ୍ମ ବିଜୟ ଦଶମୀ ପାଳିତ ହୋଇଯାଇଛି। ଏହି ଅବସରରେ ମହାସଂଘର ନିମନ୍ତ୍ରଣ କ୍ରମେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଏଓଏସସିଏଫ୍ର ଜିଲ୍ଲା ପଦାଧିକାରୀ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଉପସ୍ଥିତ ବୁଦ୍ଧ ଅନୁଗାମୀ ବନ୍ଦନା ଗାନ କରିଥିଲେ। କଳିଙ୍ଗ ବୌଦ୍ଧ ମହାସଂଘର ପ୍ରମୁଖ ଭନ୍ତେଜୀ ଧୀମାନ ମେତ୍ତାନନ୍ଦ ଉପସ୍ଥିତ ଅନୁଗାମୀଙ୍କୁ ତଥାଗତ ମହାତ୍ମା ବୁଦ୍ଧଙ୍କ ବାଣୀ ଓ ତାଙ୍କ ଆଦର୍ଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଧମ୍ମଦେଶନା ପ୍ରଦାନ କରିଥିଲେ। କଳିଙ୍ଗ ବୌଦ୍ଧ ମହାସଂଘର ସମ୍ପାଦକ ଧୀମାନ୍ ପ୍ରକାଶ ଚନ୍ଦ୍ର ନାଗ ଏହି ମହାସଂଘର ବିକାଶ ଓ ଏହାର ଉନ୍ନତିକରଣ ଦିନରେ ସମସ୍ତ ବୁଦ୍ଧପ୍ରେମୀ ସହଯୋଗ ର ହାତ ବଢ଼ାଇବା ସହିତ ଭବିଷ୍ୟତରେ ଏହି ସ୍ଥାନକୁ ବୌଦ୍ଧ ବିଚାରଧାରାର ମୂଖ୍ୟ ତାଲିମ କେନ୍ଦ୍ର ଭାବେ ଗଢି ତୋଳିବାକୁ ଆହ୍ଵାନ କରିଥିଲେ। ଏହି ଅବସରରେ “ବୁଦ୍ଧ ଓ ତାଙ୍କ ଧମ୍ମ” ଶୀର୍ଷକ ଏକ ପୁସ୍ତକର ଶୁଭ ଉନ୍ମୋଚନ ଭନ୍ତେ ଧୀମାନ ମେତ୍ତାନନ୍ଦ, ଟ୍ରଷ୍ଟର ସମ୍ପାଦକ ଧୀମାନ ପ୍ରକାଶ ଚନ୍ଦ୍ର ନାଗ ଓ ଏଓଏସସିଏଫ୍ କର୍ମକର୍ତ୍ତାଙ୍କ କରକମଳରେ ଉନ୍ମୋଚନ କରା ଯାଇଥିଲା। କଳାହାଣ୍ଡି ଜିଲ୍ଲାରୁ ଏଓଏସସିଏଫ୍ ସଂଗଠନର ବରିଷ୍ଠ ଉପଦେଷ୍ଟା ଧୀମାନ ବସନ୍ତ ନାଏକ, ଧୀମାନ ଗଜମୋହନ ନାଏକ, କାର୍ଯ୍ୟକାରୀ ସଭାପତି ଧୀମାନ୍ ଋଷିସୂଦନ ଛତ୍ରପାଲ, ମହାସଚିବ ଧୀମାନ ସୂର୍ଯ୍ୟ ନାରାୟଣ କୁମାର, କର୍ମଚାରୀ କମିଟି ମୂଖ୍ୟ ଧୀମାନ ବୈକୁଣ୍ଠ ବେମାଲ, କୋଷାଧ୍ୟକ୍ଷ ଧୀମାନ ଦେବେନ୍ଦ୍ର କୁମାର ନାଏକ, ମିଡିଆ ପ୍ରଭାରୀ ଧୀମାନ ରଜନୀକାନ୍ତ ସମର୍ଲିଆ, ସୁଶ୍ରୀ ସୀମା ହାଲଦାର ଧୀମତୀ ହେମାଙ୍ଗିନୀ କ୍ଷିତୀ ପ୍ରମୁଖ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.