କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ଜାତୀୟ ବିପର୍ଯୟ ହ୍ରାସ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣି ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କପିଳେଶ୍ଵର ଯୁବକ ସଂଘ’ ଜୁରାବନ୍ଧ ଓ ‘ନେହରୁ ଯୁବ କେନ୍ଦ୍ର’ ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ଜାତୀୟ ବିପର୍ଯ୍ଯୟ ହ୍ରାସ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ତୁଲା ଚନ୍ଦ୍ର ପୋଢ ସଭା ପରିଚାଲନା କରିଥିଲେ। ଏଥିରେ ମୁଖ୍ଯ ଅତିଥି ଭାବେ ସାମ୍ବାଦିକ ରାଧେଶ୍ଯାମ ମେହେର, ସମ୍ମାନିତ ଅତିଥି ଭାବେ ରଶିକ ପୋଢ ଓ୍ବାଡ ମେମ୍ବର, ଆନନ୍ଦୀନି ନାୟକ ଅଙ୍ଗନୱାଡି କର୍ମୀ ଓ ଭାରତୀ ବାଗ ଆଶା କର୍ମୀ ଉପସ୍ଥିତ ରହି ବିପର୍ଯ୍ଯୟକୁ କେମିତି ହ୍ରାସ କରାଯିବ ସେନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଲେଶ୍ବର ପୋଢ, ରଂଜନ ଭାଟି, ନେତା ଛତ୍ରିଆ, ରୁଦ୍ର ବାଗ,ରାହୁଲ ପୋଢ, ରତ୍ନାକର ଛତ୍ରିଆ, ସେନାପତି ପୋଢ, ପ୍ରିୟାଶୁଂ ପୋଢ, ବିକ୍ରମ ହଂସ, ରାଚ ବଛା, ଉତ୍ତମ ଛତ୍ରିଆ, ହୃଷିକେଶ ବଛା ଓ ସଂଘର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ। ଶେଷରେ ସଂଘର ସଂପାଦକ ଲିଙ୍ଗରାଜ ପୋଢ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.