ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାଗୁଡା ଠାରେ ମହାସମାରୋହରେ ଚାଲିଥିବା ୩୪ତମ ଦୁର୍ଗାପୂଜା ସମାପନ ହୋଇଯାଇଛି। ସୁଦୃଶ୍ୟ ତୋରଣ ଓ ମେଢ଼ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ସବ ମୁଖର ହୋଇ ଉଠିଥିଲା ଗ୍ରାମ୍ୟ ପରିବେଶ। ଏଥିରେ ଦେବରାଜ ତ୍ରିପାଠୀ ମୁଖ୍ୟ ପୂଜକ ଥିବାବେଳେ ପତିତପାବନ ଗୌଡ଼ ଓ ସପୁରି ଗୈାଡ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଶେଷ ଦିବସରେ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ରବି ମାଝୀ, ଉପସଭାପତି ମନୋହର ଗଉଡ଼, ସମ୍ପାଦକ ହରେକୃଷ୍ଣ ନାଏକ, ସହ ସମ୍ପାଦକ କୁଞ୍ଜବନ ମାଝୀ, କ୍ଷୀରାବଦ୍ରୀ ମାଝୀ ତଥା ପୂଜା କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ।