କଳସ ଯାତ୍ରାରୁ ଆରମ୍ଭ ହେଲା ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ପାଇଁ ମଙ୍ଗଳବାର ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୪ ଘଣ୍ଟା ସମୟରେ ବ୍ରହ୍ମା ପଣ୍ଡିତ ଜନାର୍ଦ୍ଦନ ପାଢୀ ନଦୀ ପଠାରେ ପୂଜା ପାଠ କରିବା ପରେ ଶତାଧିକ ମହିଳା ଘୁମୁରା ଓ ସଙ୍କୀର୍ତ୍ତନରେ ଭବ୍ୟ କଳସ ଶୋଭାଯାତ୍ରାରେ ପୂଜାସ୍ଥଳି ପର୍ଯ୍ୟନ୍ତ ଆସିଥିଲେ। କର୍ତ୍ତା ଦମ୍ପତି ବର୍ଦ୍ଧନୀ କଳସ ମୁଣ୍ଡେଇ ସବା ଆଗରେ ଚାଲିଥିଲେ। ପୂଜା ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ ଓ ବିଲ୍ଵବରଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ସଂଘର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ମହାନ୍ତି ଓ ତାଙ୍କ ସହଧର୍ମିଣି ଜ୍ୟୋତି ମହାନ୍ତି ଦାୟୀତ୍ବ ନିର୍ବାହନ କରୁଥିବା ବେଳେ ବ୍ରହ୍ମା ପଣ୍ଡିତ ଭାବରେ ଜନାର୍ଦ୍ଦନ ପାଢୀ ପୂଜନ କାର୍ଯ୍ଯ ପରିଚାଳନା କରୁଛନ୍ତି। କ୍ଷେତ୍ରମଣି ପାଢୀ, ପ୍ରିତିରାଜ ପାଢୀ ଓ ଲମ୍ବୋଦର ପାଢ଼ୀ ପୂଜନ କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡ଼ିଛି। ବୁଧବାର ସକାଳୁ ରୀତି, ନୀତିରେ ଗଜ ଲକ୍ଷ୍ମୀ ପୁଜା ଚାଲିବ। ଅକ୍ଟୋବର ୧୬ ଓ ୧୭ ଦୁଇଦିନ ଧରି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଗ୍ରାମବାସୀ ଭକ୍ତଙ୍କ ପାଇଁ ମଧ୍ୟାହ୍ନ ୧୨.୩୦ ସମୟରେ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ରଖିଛି କମିଟି। ବଣିକ ସଂଘର ବରିଷ୍ଠ ସଦସ୍ୟ ବିଜୟ କୁମାର ପଣ୍ଡା, ଅଜୟ କୁମାର ପଣ୍ଡା, ସୁବୋଧ ମିଶ୍ର, ସଞ୍ଜୟ କୁମାର ପଣ୍ଡା, ପ୍ରିତମ ସାହୁ, ଶ୍ରୀତମ ସାହୁ, ନିକୁଞ୍ଜ ଦତ୍ତା, କାନ୍ତୁ ସାହୁ, ପିଣ୍ଟୁ କମାନୀ, ରାଜେଶ ଅଗ୍ରୱାଲ, ପ୍ରସାଦ ଗାବଲି, ରାଜା ଅଗ୍ରୱାଲ, ଆକାଶ ଖେତାନ, ଶୁଭମ ଅଗ୍ରୱାଲା, ରାଜେଶ ଆଚାର୍ଯ୍ୟ, ଗୋଲୁ ଖେତାନ ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି ପୂଜା ପରିଚାଳନା କରୁଥିବା ଜଣାପଡିଛି। ଆସନ୍ତା ୧୮ ତାରିଖ ଶୁକ୍ରବାର ସକାଳେ ପୂର୍ଣ୍ଣାହୁତି ପଡ଼ିବ ଓ ଅପରାହ୍ନରେ ମୂର୍ତ୍ତୀ ବିସର୍ଜନ କରାଯିବ ବୋଲି କମିଟି ସୂତ୍ରରୁ ଜଣା ପଡ଼ିଛି। ପବିତ୍ର ଗଜ ଲକ୍ଷ୍ମୀ ପୂଜା ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡିଓ ରିପୁନାଥ ସୁନା ପ୍ରମୁଖ ନର୍ଲା ଅଞ୍ଚଳବାସୀ ଓ ବଣିକ ସଂଘ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.