ବରିଷ୍ଠ ଶିକ୍ଷକ ବସନ୍ତ ମହାପାତ୍ର ଆଉ ନାହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲାଞ୍ଜିଗଡ ବ୍ଲକର ବରିଷ୍ଠ ଶିକ୍ଷକ ବସନ୍ତ କୁମାର ମହାପାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ସେ ବହୁତ ଦିନରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି। ସ୍ବର୍ଗତ ମହାପାତ୍ରଙ୍କ ଲାଞ୍ଜିଗଡ ବ୍ଲକରେ ଶିକ୍ଷାର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ବର୍ତ୍ତମାନ ମସ୍କାଗୁଡା କ୍ଲଷ୍ଟରରେ ଲେବୁଲ-୫ ଏକ୍ସ କ୍ୟାଡର ଶିକ୍ଷକ ଭାବେ ସେ କାର୍ଯ୍ୟରତ ଥିଲେ।ଅଧିକାଂଶ ଶିକ୍ଷକ ସ୍ବର୍ଗତ ମହାପାତ୍ର ସିଆରସିସି ଥିବା ସମୟରେ ତାଙ୍କ ତତ୍ୱାବଧାନରେ ଇଜିଏସ ସ୍କିମରେ ନିଯୁକ୍ତି ପାଇଥିବା ଜଣାଯାଏ। ଯେତେବେଳେ କଳାହାଣ୍ଡି ଜିଲ୍ଲାରେ ଡିପିଇପି, କଳାପଟା ଅଭିଯାନ, ନିନାଦ ପରି ଶିକ୍ଷା ସଚେତନ କାର୍ଯ୍ୟକ୍ରମ ଚାଲିଥିଲା ସେତେବେଳେ ମସ୍କାଗୁଡା କ୍ଲଷ୍ଟରରେ ଶିକ୍ଷାର ପ୍ରଚାର ପ୍ରସାରରେ ସ୍ବର୍ଗତ ମହାପାତ୍ର ମୁଖ୍ୟ ଭୂମିକା ନେଇଥିଲେ। ସ୍ଵର୍ଗତ ଶ୍ରୀ ମହାପାତ୍ର ନର୍ଲା ଚାରିଛକ ସ୍ଥିତ ତାଙ୍କ ନିଜସ୍ଵ ବାସ ଭବନରେ ପରିବାର ସହ ରହି ଆସୁଥିଲେ। ସ୍ବର୍ଗତ ଶ୍ରୀ ମହାପାତ୍ର ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇବା ପରେ ନିୟମିତ ଶିକ୍ଷକ ହୋଇ ସିଆରସିସି ଓ ପରେ ଭୁର୍ତିଗଡ ଅପଗ୍ରେଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କ ବିୟୋଗରେ ମସ୍କାଗୁଡା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.