ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ନର୍ଲା ବିଧାୟିକାଙ୍କ ରକ୍ତଦାନ ଓ ରୋଗୀଙ୍କୁ ଫଳ ବଣ୍ଟନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜୁ ଜନତା ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା ଠାରେ କଳାହାଣ୍ଡି ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ବିଧାୟିକା ମନୋରମା ମହାନ୍ତି ରକ୍ତଦାନ କରିଥିଲେ। ଏହାସହ ତାଙ୍କ ନେତତୃତ୍ୱରେ, ନର୍ଲା ନିର୍ବାଚନ ମଣ୍ଡଳୀର ଅନେକ ବ୍ୟକ୍ତି ବିଶେଷ ମଧ୍ୟ ରକ୍ତ ଦାନ କରିଥିଲେ। ରକ୍ତଦାନ ପରେ ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ଓ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ନିଜ ସମର୍ଥକ ମାନଙ୍କ ସହ ଡାକ୍ତରଖାନାକୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ନର୍ଲା ବିଧାୟିକାଙ୍କ ଏତାଦୃଶା ମହତ କାର୍ଯ୍ଯକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.