ଟିମ୍ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମାଙ୍କ ମେଗା ପ୍ଲାନ୍ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦଳକୁ ମଜଭୁତ ରଖିବା ପାଇଁ ମେଗା ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା । ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଅନେକ ଖେଳାଳି ଆଘାତ ସମସ୍ୟାରେ ପଡୁଛନ୍ତି । ବେଂଚ ଷ୍ଟ୍ରେନ୍ଥକୁ ମଜଭୁତ କଲେ ଖେଳାଳିମାନଙ୍କୁ ଉପଯୁକ୍ତ ବିଶ୍ରାମ ମିିଳିବ ବୋଲି ସେ କହିଛନ୍ତି । ପେସ ବୋଲରମାନେ ବିଶେଷ ଭାବେ ଆଘାତ ସମସ୍ୟାରେ ପଡୁଛନ୍ତି । ସେଥିପାଇଁ ଟିମ ଇଣ୍ଡିଆ ଟେଷ୍ଟ କ୍ରିକେଟ ପାଇଁ ୮ରୁ୯ ବୋଲରଙ୍କୁ ପ୍ରସ୍ତୁତ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ।

ରୋହିତ କହିଥିଲେ, ହଠାତ ଜଣେ ଭଲ ବୋଲରର କୌଣସି ଅସୁବିଧା ହେଲା ଅନ୍ୟମାନେ ଯେପରି ଏହି କ୍ଷତି ଭରଣା କରିପାରିବେ ସେଥିପାଇଁ ପ୍ରସ୍ତୁତ ରହିବାକୁ ପଡିବ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଏହି ସିରିଜ ପାଇଁ ହର୍ଷିତ ରାଣା, ମୟଙ୍କ ଯାଦବ ଓ ନୀତିଶ କୁମାର ରେଡ୍ଡୀଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି । ଆଗକୁ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ ନଭେମ୍ବର ୨୨ରୁ ଆରମ୍ଭ ହେବ । ଏହି ସିରିଜରେ ୫ଟି ଟେଷ୍ଟ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଚଳିତ ନ୍ୟୁଜିଲାଣ୍ଡ ସିରିଜ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.