ପୁଆ ସମବାୟ ସମିତି ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି

ମହା ଘୋଟାଲା କରିଛନ୍ତି କର୍ମଚାରୀ ଓ ପୂର୍ବ ସରକାର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପୁଆ ସମବାୟ ସମିତି କୃଷି ଋଣ ଜାଲିଆତିରେ ତତ୍କାଳୀନ ବିଜେଡି ସରକାର ଏବଂ ପ୍ୟାକ୍ସ କର୍ମଚାରୀ ଜଡିତ ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସର୍କିଟ ହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ପୁଆ ସମବାୟ ସମିତିରେ କୃଷି ଋଣ ଜାଲିଆତି ହୋଇଥିବା ଅଭିଯୋଗ ମିଳିବା ପରେ ମଙ୍ଗଳବାର ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ କ୍ଷେତ୍ର ପରିଦର୍ଶନରେ ଯାଇଥିବା ବେଳେ ଗ୍ରାମର ଗରିବ ସାହୁ ୨୦୨୩ରେ ମୃତ୍ୟୁ ବରଣ କରି ଥିବାବେଳେ ଚଳିତ ବର୍ଷ ତାଙ୍କ ନାମରେ ୯୪ ହଜାର ୫୦୦ ଟଙ୍କା ଜାଲିଆତି କରି ଋଣ ଉଠାଯାଇଥିବା ବେଳେ ପୁଆ ଗ୍ରାମର ଜଣେ ଦିବ୍ୟାଙ୍ଗ ରାଜୁ ପ୍ରଧାନଙ୍କ ନାମରେ ୨୦୧୯ରେ ୫୦ ହଜାର ଟଙ୍କା କୃଷି ଋଣ ମଞ୍ଜୁର ହୋଇଥିବା ବେଳେ ତାଙ୍କୁ ପ୍ୟାକ୍ସ କର୍ତୃପକ୍ଷ ମାତ୍ର ୨୦ ହଜାର ଟଙ୍କା ସହ ୮ ବସ୍ତା ସାର ଦେଇଥିବା କ୍ଷେତ୍ର ପରିଦର୍ଶନ ସମୟରେ ଜଣା ପଡ଼ିଥିବା ସୂଚନା ଦିଆଯାଇଛି। ଏପରିକି ଦିବ୍ୟାଙ୍ଗ ରାଜୁ ତାଙ୍କ ନାମରେ ୧ ଲକ୍ଷ ୬୯ ହଜାର ଟଙ୍କା ଋଣ ହୋଇଥିବା ନେଇ ଅଗଷ୍ଟରେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଚାଷୀ ମାନେ ଗତ ୩ ତାରିଖରୁ ଜିଲ୍ଲାପାଳ ଏବଂ ଡିଆରସିଏସଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଥିବାରୁ ତଦନ୍ତ ଯେତିକି ଆଗେଇବା କଥା ଆଗେଇ ନାହିଁ ବୋଲି ଅଭିଯୋଗ କରିଛି ବିଜେପି କୃଷକ ମୋର୍ଚ୍ଚା। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସୂଚନା ଦିଆଯାଇଛି। ପୁଆ ପ୍ୟାକ୍ସ ଘଟଣା ଏକ ସ୍ପର୍ଶକାତର ବିଷୟ ହୋଇଥିବାରୁ ଏହାର ବିଧିବଦ୍ଧ ତଦନ୍ତ କରି ଜିଲ୍ଲା ପ୍ରଶାସନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପ-ସଭାପତି ପୁଲିନ ପୁହାଣ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ମଧୁସୂଦନ ଶର୍ମା ଓ ଅଶୋକ ପୃଷ୍ଟି ପ୍ରମୁଖ ସୂଚନା ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.