ଓଏଏସରେ କୃତିତ୍ୱ ହାସଲ କରିଥିବା ଛାତ୍ର ଜ୍ୟୋତି ରଂଜନ ଓ ସମୁଦ୍ରଙ୍କୁ ସମ୍ବର୍ଦ୍ଧନା 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓପିଏସଇ ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ସୋନପୁରର ଜ୍ୟୋତି ରଂଜନ ଭୋଇଙ୍କୁ ଆଜି ସାନଝିଙ୍କୀ ବାସ ଭବନରେ ପରିବାର, ଆତ୍ମୀୟ ସ୍ଵଜନ ଓ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୋନପୁର ବ୍ଲକରେ କିରାଣୀ ଭାବେ କାର୍ଯ୍ୟରତ ଥିବା ବାପା ଦୈତ୍ୟଦେବ ଭୋଇ ଓ ମାତା ଜୟଶ୍ରୀ ଭୋଇଙ୍କ ସୁପୁତ୍ର ଅଟନ୍ତି ଜ୍ୟୋତି। ପ୍ରଥମେ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ, ମା ରାମଚଣ୍ଡୀ, ମା ମାଉଳି ଏବଂ ଅଜା ସମେତ ବାପା ଓ ମାଙ୍କୁ ଏହି ସଫଳତାର ଶ୍ରେୟ ଦେବି ବୋଲି ଆଜି ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଜ୍ୟୋତି। ପ୍ରଥମ ଥର ଓଏଏସ ପରୀକ୍ଷାରେ ୩୭୨ ନମ୍ୱର୍ ରେଙ୍କରେ ଓ ଜନ ସୂଚିତ ଜାତି ଭାବେ ୪ ନମ୍ୱର୍ ରେଙ୍କରେ ସଫଳ ହୋଇଥିବା ଜ୍ୟୋତି ପ୍ରଥମେ ବୃଦ୍ଧ ବୃଦ୍ଧା, ତଳସ୍ତରର ସଧାରଣ ଜନତାଙ୍କୁ ଉତ୍ତମ ସେବା ଦେବାକୁ ଓ ବିଶେଷ କରି ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖିଛି ବୋଲି କହି ଭାବ ପ୍ରବଣ ହୋଇ ଯାଇଥିଲେ। ପୁଅ ଆଗକୁ ଜଣେ ଆଇଏଫ୍ଏସ ଅଫିସର ହୋଇ ଜଙ୍ଗଲ ପରିବେଶ ସୁରକ୍ଷାର ଗୁରୁ ଦାୟିତ୍ୱ ବହନ କରିବାକୁ ଶୁଭ କାମନା ଜଣାଇଛନ୍ତି ବାପା ଦୈତ୍ୟଦେବ। ପୁଅର ସଫଳତା ଖବର ପରେ ଶ୍ରୀ ଭୋଇଙ୍କ ପରିବାର ଓ ସାନ ଝୀଙ୍କୀ ଗାଁ ଗତକାଲି ଠୁଁ ଉତ୍ସବ ମୁଖର ହୋଇ ଉଠିଛି। ସେହିପରି ବୌଦ୍ଧ ଜିଲ୍ଲା ମୂଳ ନିବାସୀ ସୋନପୁର ଗ୍ରିଡକୋ ଅଞ୍ଚଳରେ ରହୁଥିବା ସୁରଥ ମିଶ୍ର ଓ ବେବିଙ୍କ ସୁପୁତ୍ର ସମୁଦ୍ର ମିଶ୍ର ୩୩ ରେଙ୍କ ହାସଲ କରି ବୌଦ୍ଧ ଜିଲ୍ଲାର ତଥା ବର୍ତ୍ତମାନ ବାସ କରୁଥିବା ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବଢାଇଛନ୍ତି। ମୋର ପ୍ରଥମ ଚେଷ୍ଟାରେ ଏ ସଫଳତା ହାସଲ କରିଥିବା ଓ ଏହାର ଶ୍ରେୟ ମୋ ବାପା ମାଆ କାକା ଖୁଡି ସାଙ୍ଗ ସାଥି ଓ ସିନିଅରଙ୍କୁ ଦେବି ବୋଲି ସମୁଦ୍ର ମିଡ଼ିଆ ଙ୍କୁ କହିଥିଲେ। ସୋନପୁର ସେଣ୍ଟ ଆନି ସ୍କୁଲ୍ ରେ ମେଟ୍ରିକରେ ଟପ୍ପର ହୋଇଥିବା ସମୁଦ୍ର ଯେଉଁଠି ଦାୟିତ୍ୱ ମିଳିବ ମୁଁ ଭଲରେ ଓ ଉତ୍ସର୍ଗୀ କୃତ ସର୍ଭିସ୍ ଦେବି ବୋଲି କହିଥିଲେ। ସେ ମଧ୍ୟ ସ୍ଵତନ୍ତ୍ର ଭାବେ ଶିକ୍ଷା ବିଭାଗର ସଂସ୍କାର ଆଣି ଏହାକୁ ଗୁରୁତ୍ଵ ଦେବାକୁ ସଂକଳ୍ପ ନେଇଥିବା ମିଡ଼ିଆଙ୍କୁ ମତ ଦେଇଥିଲେ। ଏ ଫଳାଫଳ ଓ ଭବିଷ୍ୟତ ଉଜ୍ବଳ ଥିବା କଥା ପୁଅ ଉପରେ ଆମ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଓ ଆହୁରି ରହିବ ବୋଲି ପ୍ରେରଣା ଦାୟୀ ସମୁଦ୍ରଙ୍କ ଖୁଡି ପ୍ରଭାସିନୀ କହିଥିଲେ। ଓଏଏସ ପାଇବା ଖବର ପରେ ଶ୍ରୀମାନ ମିଶ୍ର ଓ ଶ୍ରୀମାନ ଭୋଇଙ୍କୁ ଜିଲ୍ଲା ତଥା ରାଜ୍ୟର ସମଗ୍ର ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.