ତଲାଗାଁରେ ବାଆଦୀ ଦେବଙ୍କ ବାର୍ଷିକ ଦଶରା ପାଳିତ: ପାରମ୍ପରିକ ଘୁମୁରା ନାଦରେ ଦୁଲୁକିଲା ମଞ୍ଚ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କ ଦଶରା ପର୍ବ ଶନିବାର ସମାପନ ହୋଇଛି। ତେବେ ତାଙ୍କ ସାନ ଭାଇ ରୁପରେ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ତଲାଗାଁଠାରେ ପୂଜା ପାଉଥିବା ବାଆଦୀ ଠାକୁରଙ୍କ ବାର୍ଷିକ ଦଶରା ପର୍ବ ରବିବାର ଧୁମଧାମରେ ପାଳିତ ହୋଇଛି। ବିଧି ଅନୁସାରେ ସକାଳୁ ବଡପୋଡାଗୁଡା ଗ୍ରାମରୁ ବଳଭଦ୍ର ପୁଝାରୀଙ୍କ ଘରୁ ଲାଠି ତଲାଗାଁ ମୁଖ୍ୟ ମନ୍ଦିର ଅଭିମୁଖେ ବାହାରିଥିଲା। ଏହାପରେ ନିମନ୍ତ୍ରିତ ବିଭିନ୍ନ ଦେବାଦେବୀଙ୍କ ଲାଠି ଏକତ୍ରିତ ହୋଇ ମନ୍ଦିର ଅଭିମୁଖେ ବାହାରି ଯାତ୍ରାରେ ସାମିଲ ହୋଇଥିଲେ। ପରେ ରିତିନିତୀ ଅନୁସାରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ମାନସିକ ଧାରୀ ଭକ୍ତମାନେ ବାଆଦି ଠାକୁରଙ୍କ ନିକଟରେ ଶୁକ୍ଲ ଭୋଗ ଅର୍ପଣ କରିଥିବାବେଳେ ପାର୍ଶ୍ଵ ଦେବଦେବୀଙ୍କୁ ରକ୍ତ ଭୋଗରେ ବଳୀ ପ୍ରଦାନ କରିଥିଲେ। ଶହ ଶହ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସମାଗମରେ ମନ୍ଦିର ବେଢ଼ା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ବାଆଦୀ ଠାକୁରଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ଲାଠି ଓ କାଲିଶିଙ୍କ ଗହଣରେ ଲାଠି ଶୋଭାଯାତ୍ରା ବାହାରି ଅନ୍ୟ ଏକ ପୂଜା ସ୍ଥଳୀ ମାଉଲୀଙ୍କ ପୀଠକୁ ପ୍ରତ୍ୟାବର୍ତ୍ତନ କରି ପୂଜାର୍ଚ୍ଚନା କରାଯାଇଥିଲା। ଏହି କ୍ରମରେ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଓ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ପାରମ୍ପାରିକ ଘୁମୁରାର ନାଦରେ ମଞ୍ଚ ଦୁଲୁକି ଉଠିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜିବ କୁମାର ଅଗ୍ରୱାଲ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ଜିତେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା, ସ୍ଥାନୀୟ ସରପଞ୍ଚ ଯମୁନା ନାଏକ, ନନ୍ଦିଗାଁ ସରପଞ୍ଚ କିରଣମୟୀ ବଣିଆ, ପୁର୍ବତନ ସରପଞ୍ଚ ଯମୁନା ମାଝୀ, ପାକ୍ସ ସଭାନେତ୍ରୀ ଦୁତିକା ନାଏକ, ହିମାଞ୍ଚଳ ପୁଝାରୀ, ନାଏବ ସରପଞ୍ଚ ବିଡୁ ନାଏକ, ସମିତି ସଭ୍ୟା ଉମା ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଘୁମୁରା ପ୍ରତିଯୋଗିତାରେ ମୋଟ ୭ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ସେହିପରି ରେକର୍ଡ ଡ୍ୟାନ୍ସ ପ୍ରତିଯୋଗୀତାରେ ମଧ୍ୟ ୭ଟି ପ୍ରତିଯୋଗୀ ଭାଗନେଇ ଥିଲେ। ଘୁମୁରା ପ୍ରତିଯୋଗିତାର ମଞ୍ଚକୁ ଗଜିନ୍ଦ୍ର ନାଗ ଏବଂ ଲିଙ୍ଗରାଜ ରାଠୋର ପରିଚାଳନା କରିଥିଲେ। ପୁଜକ ବଲଭଦ୍ର ପୁଝାରୀ, ସିରା ସପୁରସିଂ ନାଗ, ଚନ୍ଦ୍ରମଣି ଭାଟି, ଇଦ୍ରମଣି ନାଏକ, ଅଭିମନ୍ୟୁ ଧଙ୍ଗଡାମାଝୀ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ। କମିଟିର ସଭାପତି ଧର୍ମାନନ୍ଦ ନାଏକ, ସାଧାରଣ ସମ୍ପାଦକ ଭଜମନ ନାଏକ, ସହ ସଂପାଦକ ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ଧନବଳ ମାଝୀ, ଜଗଦୀଶ ନାଏକ, ଲାଲସିଂ ବାଗ, ଗରୁଡ଼ ଦଳପତି, ହରିଶ୍ଚନ୍ଦ୍ର ନାଏକ, ଶଙ୍କର ବାଗ ସମେତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.