ଧର୍ମଗଡ,୨/୧୨:
ଧର୍ମଗଡ ପଞ୍ଚାୟତ ପଡିଆ ଠାରେ ବିଶ୍ବ ଭିନ୍ନକ୍ଷମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଭିନ୍ନକ୍ଷମ ଭାଇ ଭଉଣୀ ମାନେ ଏଥିରେ ଗୀତ ଗାଇବାସହ କ୍ରିକେଟ ଖେଳି ତାଙ୍କର ପ୍ରତିଭା ଦେଖାଇଥିଲେ ।
ଏହି ଅବସରରେ କଟକ ଓ ଅନୁଗୁଳ ମଧ୍ୟରେ ହୋଇଥିବା କ୍ରିକେଟ ମ୍ୟାଚରେ ଅନୁଗୁଳ ଦଳ ବିଜୟ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ହୀରା । ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି , ବିଜୁ ଜନତା ଦଳ ର ନଗର ସଭାପତି ଦିବ୍ୟସିଂହ ମହାନ୍ତି ଓ ବିଜୁ ଯୁବ ବାହିନୀ ବ୍ଲକ ସଂଯୋଜକ ପ୍ରବୀଣ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।
ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।