କାଶୀପୁର ଠାରେ ମହା ଯାଦବ ସମାବେଶ

ରାୟଗଡା/କାଶୀପୁର,୨/୧୨:

ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ଠାରେ ଆଜି ମହା ଯାଦବ ସମାବେଶ ଅନୁଷ୍ଠିତ ହୋଇଯାଅଛି । ଏହି ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ରାୟଗଡା ସାଂସଦ ଝିନ୍ନ ହିକକା , ମୂଖ୍ୟ ବକ୍ତା ଭାବେ ଉତ୍କଳ ଯାଦବ ମହାସଭା ଉପ-ସଭାପତି ପ୍ରଫୁଲ୍ଲ ଦାସ , ସମ୍ମାନିତ ଅତିଥି ଭାବେ ପ୍ରଦୀପ ବେହେରା ଉତ୍କଳ ଯାଦବ ମହାସଭା ସାଧାରଣ ସଂପାଦକ , ଲମ୍ବୋଦର ନିଆଲ ଉତ୍କଳ ଯାଦବ ମହାସଭା ସଚିବ , ଇଂ ପ୍ରଦୀପ ବେହେରା ଉତ୍କଳ ଯାଦବ ମହାସଭା ଯୁବ ଯାଦବ ସଭାପତି  , ଅମିତ କୁମାର ନାଏକ ରାଜ୍ୟ ଯୁବ ଯାଦବ ସମ୍ପାଦକ , ବ୍ରଜ ନାଏକ ରାୟଗଡା ଯାଦବ ମହାସଭା ସଭାପତି , ରାୟଗଡା ଜିଲ୍ଲା ଯାଦବ ମହାସଭା ଉପ ସଭାପତି ତ୍ରିନାଥ ଗଉଡ , କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ , ମାଲକାନଗିରି ଜିଲ୍ଲା ସଭାପତି ପରମେଶ୍ବର ପାତ୍ର , କାଶୀପୁର ବ୍ଲକ ଯାଦବ ସମିତି ସଭାପତି ସୁରଥ ଗୋପାଳଙ୍କ ସହ ଅନେକ ଯାଦବ ନେତା ମଞ୍ଚାସିନ ଥାଇ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି ଅବସରରେ ରାୟଗଡା ଜିଲ୍ଲା ଯାଦବ ମହାସଭା ତରଫରୁ ରାଜ୍ୟ ସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଉଦ୍ଦେଷ୍ୟରେ ଏକ ସ୍ମାରକ ପତ୍ର ପଠନ କରିଥିଲେ ଭାବଗ୍ରାହୀ ନାୟକ । ୧୦ ଦଫା ସମ୍ମଳିତ ଏହି ସ୍ମାରକ ପତ୍ରରେ ଉଲ୍ଲେଖ ଥିଲାଯେ – ରାୟଗଡା ଜିଲ୍ଲାରେ ଏକ ଲକ୍ଷ ଯାଦବ (ଗଉଡ) ବାସ କରନ୍ତି । ଏମାନେ ଶିକ୍ଷା , ସ୍ବାସ୍ଥ୍ୟ , କୃଷିରେ ଅବହେଳିତ ହୋଇ ଆସୁଛନ୍ତି । ଏଣୁ ଜିଲ୍ଲାର ୫ ହଜାର ଯାଦବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜିଲ୍ଲା ସଦର ମହକୁମା ଠାରେ ଏକ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯାଉ ।

କାଶୀପୁର ଠାରେ ସରକାରୀ ଯାଗରେ ଯାଦବ ଅାଶ୍ରୟସ୍ଥଳୀ କିମ୍ବା ଯାଦବ ଭବନ ନିର୍ମାଣ । ଗୋଚର ଜମିରୁ ଜବରଦଖଳ ଉଚ୍ଛେଦ । ଜଙ୍ଗଳ ଜମି ଆଇନ ଅନୁସାରେ ସମସ୍ତ ଯାଦବଙ୍କୁ ଘରଡିହ, ଚାଷଜମି ସହ ଆବାସ ଯେଜନାରେ ସାମିଲ କରିବା । ଯାଦବଙ୍କ ପାଇଁ ୨୭ ଶତକଡା ସ୍ଥାନ ସଂରକ୍ଷଣ ସହ ସମସ୍ତ କ୍ଷେତ୍ରରେ ରାଜନାତିକ ଅଧିକାର ପ୍ରଦାନ । ବଫଲାମାଲି, ଶାସୁବହୁ ମାଲି, କୁଟୁରୁ ମାଲି, କୋଡିଙ୍ଗା ମାଲି ସବୁରେ ଖଣି ଖନନ ହେଉଥିବାରୁ ଗୋଚାରଣ ଭୂମିର ଅଭାବ ଦେଖା ଦେଇଛି ତେଣୁ ଗୋସଂପଦର ଦୃତ ହ୍ରାସ ହେଉଛି ତେଣୁ କମ୍ପାନୀ ମାନେ ପ୍ରତ୍ୟେକ ଗ୍ରାମରେ ଗେସାଳା ନିର୍ମାଣ କରିବା ।

ଯାଦବ ମାନେ ବସବାସ କରୁଥିବା ଗ୍ରାମ ମାନଙ୍କରେ ଗୋଷ୍ଠୀ ଗୋସାଳା ନିର୍ମାଣସହ ୫୦ ଶତକଡା ରିହାତିରେ ଉନ୍ନତ ମାନର ଗାଇ ଯୋଗାଇଦେବା ଆଦି ବିଭିନ୍ନ ଦାବୀ ଉପସ୍ଥାପନ କରାଯାଇଥିଲା । ଶେଷରେ ନିରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଯାଦବ ମହିଳା ପୁରୁଷ ଯୋଗ ଦେଇଥିଲେ ।

ଓଡିଆ ବାର୍ତ୍ତା ସ୍ବତନ୍ତ୍ର ପ୍ରତିନିଧି ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ରିପୋର୍ଟ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.